ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

Aug 5, 2023 - 07:42
Aug 6, 2023 - 07:42
 0  7
ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ଅବସରରେ ଶନିବାର ଭୁବନେଶ୍ୱର ଠାରେ ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରୀ ସେକ୍ସନର ୪ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟ ଲୋକାର୍ପିତ ହୋଇଛି ।  ଏହାସହିତ ୩୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ହୋଇଛି । କାମାକ୍ଷାନଗର-ଡୁବୁରୀ ସେକ୍ସନର ଚାରି ଲେନ୍‌ ବିଶିଷ୍ଟ ୫୧ କିଲୋମିଟର ସଡ଼କ ନିର୍ମାଣରେ ୭୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଓଡ଼ିଶାର ଖଣିଜ ସମୃଦ୍ଧ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଅବଶିଷ୍ଟ ଭାଗ ସହିତ ଯୋଡ଼ିବା ସହ ଦେଶର ଅବଶିଷ୍ଟ ଭାଗ ସହ ମଧ୍ୟ ଦୁଇ ଜିଲ୍ଲାକୁ ଯୋଡ଼ିବ । ସେହିପରି କଳାହାଣ୍ଡିର ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ରାସ୍ତାର ସମ୍ପ୍ରସାରଣ ଆରମ୍ଭ ହୋଇଛି । ପାଖାପାଖି ୧୫ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow