ଫିରିଙ୍ଗିଆରେ ଥାନା ପୋଡି

Aug 5, 2023 - 07:40
Aug 6, 2023 - 07:40
 0  5
ଫିରିଙ୍ଗିଆରେ ଥାନା ପୋଡି
ଫିରିଙ୍ଗିଆରେ ଥାନା ପୋଡି

ଫିରିଙ୍ଗିଆରେ ଥାନା ପୋଡି
ଆଇନ ହାତକୁ ନେଲେ ଲୋକେ । ଶନିବାର ଫିରିଙ୍ଗିଆ ଥାନାକୁ ଜାଳି ଦେବା ସହ ଏସଡିପିଓ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ମାଡ ମାରିଛନ୍ତି ଲୋକେ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସର ସଂପୃକ୍ତି ଅଭିଯୋଗକୁ କେନ୍ଦ୍ର କରି ଏହି ଲଙ୍କାକାଣ୍ଡ ହୋଇଥିବା ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ସହଯୋଗ ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶନିବାର ରାସ୍ତାରୋକ କରିଥିଲେ । ପରେ ଏହି ରାସ୍ତାରୋକ ଉଗ୍ରରୂପ ନେଇଥିଲା । ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ନିଆଁ ଲଗାଇ ଦେବା ସହ ଆଇଆଇସି ଓ ଦୁଇ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଥାନା ପୋଡି ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି । ଥାନା ପରିସରରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ୧୪୪ ଧାରା ଜାରି ହୋଇଛି । ଥାନା ପୋଡିରେ ସଂପୃକ୍ତ କିଛି ଲୋକଙ୍କୁ ଅଟକ ରଖାଯିବା ସହ ଅନ୍ୟମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

What's Your Reaction?

like

dislike

love

funny

angry

sad

wow