ଅରୁଆ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି

Jul 20, 2023 - 08:09
Jul 21, 2023 - 08:10
 0  6
ଅରୁଆ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି
ଅରୁଆ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି

ଅରୁଆ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି
ଭାରତୀୟ ବଜାରରେ ଯଥେଷ୍ଟ ଅଣବାସୁମତୀ ଅରୁଆ ଚାଉଳ ଉପଲବ୍ଧ କରାଇବା ଓ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ରୋକିବା ପାଇଁ କେନ୍ଦ୍ର ସରକାର ଅରୁଆ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି । ଏହି ନିଷେଧାଦେଶ ତତ୍କାଳ ଲାଗୁ କରାଯାଇଛି । ଘରୋଇ ବଜାରରେ ଚାଉଳର ଦାମ ବଢି ଚାଲିଛି । ଗତ ଏକ ବର୍ଷ ମଧ୍ୟରେ ଚାଉଳର ପାଇକାରୀ ଦର ୧୧.୫ ପ୍ରତିଶତ ବଢିଥିବା ବେଳେ ଗତ ମାସରେ ଏହା ତିନି ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଦର କମାଇବା ସହ ଘରୋଇ ବଜାରରେ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସେପ୍ଟେମ୍ବର ୮, ୨୦୨୨ରେ ଅଣ-ବାସୁମତୀ ଅରୁଆ ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା । ଭାରତ ସରକାରଙ୍କ ଏହି ପଦକ୍ଷେପ ଫଳରେ ଭାରତର ପ୍ରାୟ ୮୦ ପ୍ରତିଶତ ଚାଉଳ ରପ୍ତାନି ପ୍ରଭାବିତ ହେବ । ତେବେ ଏହି ପଦକ୍ଷେପ ଦ୍ୱାରା ଦେଶରେ ଚାଉଳର ଦାମ କମିବ । କିନ୍ତୁ ଆନ୍ତର୍ଜାତିକ ବଜାରରେ ଚାଉଳର ଦାମ୍ ବଢିବ ବୋଲି ଆଶଙ୍କା କରାଯାଉଛି ।

What's Your Reaction?

like

dislike

love

funny

angry

sad

wow