ତିସ୍ତା ସୀତଲୱାଦଙ୍କୁ ନିୟମିତ ଜାମିନ ଦେଲେ ସୁପ୍ରିମକୋର୍ଟ

Jul 18, 2023 - 08:08
Jul 21, 2023 - 08:08
 0  7
ତିସ୍ତା ସୀତଲୱାଦଙ୍କୁ ନିୟମିତ ଜାମିନ ଦେଲେ ସୁପ୍ରିମକୋର୍ଟ
ତିସ୍ତା ସୀତଲୱାଦଙ୍କୁ ନିୟମିତ ଜାମିନ ଦେଲେ ସୁପ୍ରିମକୋର୍ଟ

ତିସ୍ତା ସୀତଲୱାଦଙ୍କୁ ନିୟମିତ ଜାମିନ ଦେଲେ ସୁପ୍ରିମକୋର୍ଟ
ସମାଜସେବୀ ତିସ୍ତା ସୀତଲୱାଦଙ୍କୁ ସୁପ୍ରିମକୋର୍ଟ ନିୟମିତ ଜାମିନ ମଞ୍ଜୁର କରିଛନ୍ତି । ଜଷ୍ଟିସ୍ ବିଆର୍ ଗଭାଇ, ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିବା ସହ ତିସ୍ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଜୁଲାଇ ୧, ୨୦୨୩ରେ ଗୁଜରାଟ ହାଇକୋର୍ଟ ସୀତଲୱାଦଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ବିରୋଧରେ ତିସ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ ଓ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି ତିସ୍ତା ଏହି ମାମଲାର ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ କୌଣସି ଉଦ୍ୟମ କରିବେ ନାହିଁ ଓ ସେମାନଙ୍କଠାରୁ ଦୂରେଇ ରହିବେ । ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ମିଛ ପ୍ରମାଣ ସୃଷ୍ଟି କରିବା ଏବଂ ମିଥ୍ୟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଅଭିଯୋଗରେ ତିସ୍ତାଙ୍କ ବିରୋଧରେ ଗୁଜରାଟ ପୁଲିସ ଏଫଆଇଆର ଦାୟର କରିଛି ।

What's Your Reaction?

like

dislike

love

funny

angry

sad

wow