ଦ୍ବିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ଭୋଜନ ଯୋଗାଇବ ଆଇଆରସିଟିସି , ଓଡ଼ିଶାର ୩ଟି ଷ୍ଟେସନ ସାମିଲ

Jul 20, 2023 - 13:16
 0  4
ଦ୍ବିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ଭୋଜନ ଯୋଗାଇବ ଆଇଆରସିଟିସି , ଓଡ଼ିଶାର ୩ଟି ଷ୍ଟେସନ ସାମିଲ

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଆଧାରରେ ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/କମ୍ବୋ ମିଲସ୍‌ ଏବଂ ପାନୀୟ ଜଳ ସେବା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ଡ଼ିଶାର ରାଉରକେଲା, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ରେ ମିଳିବ ଏହି ସୁବିଧା।
ଆଇଆରସିଟିସିର ରୋଷେଇ ୟୁନିଟ୍ ଓ ଜନ ଆହାର କେନ୍ଦ୍ରରୁ ଏହି ଖାଦ୍ୟ ଯୋଗାଣ ହେବ। କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର କରାଯିବ। ଫଳରେ ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍‌ର ଅବସ୍ଥାନ ନିକଟରେ ଦିଆଯିବ। ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟରଗୁଡ଼ିକର ବ୍ୟବସ୍ଥା ୬ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ହୋଇଛି। ସୁଲଭ ମୂଲ୍ୟ ଓ ସ୍ନାକ୍‌ସ ଭୋଜନ ସହ ସୁଲଭ ପ୍ୟାକେଜ୍ ପାନୀୟ ଜଳ ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ ଯୋଗାଇ ଦେବା ପାଇଁ ଆଇଆରସିଟିସି ଜୋନ୍‌ଗୁଡ଼ିକୁ ନିଜସ୍ୱ ରୋଷେଇ ୟୁନିଟ୍ ମାଧ୍ୟମରେ ସେବା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି। ଜୋନାଲ ରେଳବାଇ ସହିତ ଉଚିତ୍‌ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକଳାପ କରିବାକୁ ଜୋନ୍‌ଗୁଡ଼ିକୁ କୁହାଯାଇଛି। ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ା ରେଳଷ୍ଟେସନକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୬୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇଛି। ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି। ସ୍ୱଳ୍ପ ମୂଲ୍ୟ ଭୋଜନର ମୂଲ୍ୟ ୨୦ ଟଙ୍କା ଥିବା ବେଳେ ସ୍ନାକ୍‌ସ ଭୋଜନ ମୂଲ୍ୟ ୫୦ ଟଙ୍କା ରଖାଯାଇଛି। ଏପର୍ଯ୍ୟନ୍ତ ୫୧ଟି ଷ୍ଟେସନ୍‌ରେ ଏହି ସୁବିଧା କାର୍ଯ୍ୟକାରୀ ହୋଇଛି। ଆସନ୍ତାକାଲି ସୁଦ୍ଧା ବାକି ୧୩ଟି ଷ୍ଟେସନରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.