ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ମେହେର ପ୍ରକଳ୍ପ 

Jun 27, 2023 - 12:43
Jun 28, 2023 - 12:43
 0  6
ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ମେହେର ପ୍ରକଳ୍ପ 
ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ମେହେର ପ୍ରକଳ୍ପ 

ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ମେହେର ପ୍ରକଳ୍ପ 
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶେଷ ପର୍ଯ୍ୟାୟରେ ଥିବା ଏହି ପ୍ରକଳ୍ପ ଜୁଲାଇରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ । ତେବେ ପର୍ଯ୍ୟାୟ କ୍ରମେ ସେପ୍ଟେମ୍ବର ଠାରୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ୧୬ ଶହ ୭୭ କୋଟିରେ ନିର୍ମିତ ଏହି ପ୍ରକଳ୍ପ ୨୫ ହଜାର ୬ଶହ ହେକ୍ଟର ଜମିକୁ ଜଳସେଚିତ କରିବ । ଏହାଦ୍ୱାରା ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ଚାଷୀମାନେ ଉପକୃତ ହେବେ । ସେହିପରି ନୃସିଂହନାଥ ମନ୍ଦିର ବିକାଶ ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow