ଦୁର୍ନୀତିଗ୍ରସ୍ତ ଓଏଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Jun 27, 2023 - 12:42
Jun 28, 2023 - 12:42
 0  9
ଦୁର୍ନୀତିଗ୍ରସ୍ତ ଓଏଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଦୁର୍ନୀତିଗ୍ରସ୍ତ ଓଏଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତିଗ୍ରସ୍ତ ଓଏଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ନିକଟରେ ଭିଜିଲାନ୍ସ ଚଢଉ ବେଳେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ତାଙ୍କ ସମ୍ପତ୍ତିର ପରିମାଣ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ଥିଲା । ଘରୁ ଜବତ ହୋଇଥିବା ପେଟି ପେଟି ଟଙ୍କା ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ନେଇ ଉତ୍ତର ଦେଇ ନପାରିବା ପରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ରାଉତ । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଜିରୋ ଟଲରାନ୍ସ ନୀତି ଗ୍ରହଣ କରୁଛନ୍ତି । 5T ଓ ମୋ ସରକାର ବ୍ୟବସ୍ଥାରେ ମିଳିଥିବା ଫିଡବ୍ୟାକ୍ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏପର୍ଯ୍ୟନ୍ତ ୧୮୮ ଅଧିକାରୀଙ୍କ ବିରୋଧରେ ଆକ୍ସନ୍ ନିଆଗଲାଣି । ୧୮ରୁ ଅଧିକ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୬୦ରୁ ଅଧିକ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି ।

What's Your Reaction?

like

dislike

love

funny

angry

sad

wow