ପୁଲିସ୍ ଏବଂ ଗୃହ ସହାୟିକାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ

Jul 30, 2023 - 22:01
 0  13
ପୁଲିସ୍ ଏବଂ ଗୃହ ସହାୟିକାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର, ଜୁଲାଇ ୩୦: ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ପୁଲିସ ଏବଂ ଘରେ କାମକରୁଥିବା ସହାୟିକାଙ୍କ ଉପରେ ମରଣାନ୍ତକ ଆକ୍ରମଣ ର ଅଭିଯୋଗରେ ଆଜି କୋର୍ଟ ଚାଲାଣ କରିଛନ୍ତି ।  

ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣେ ସହାୟିକା ଏବଂ ସେ ଅଭିଯୁକ୍ତଙ୍କ ଘରେ ସହାୟିକା ଭାବରେ କାର୍ଯ୍ୟ କରନ୍ତି । ଗତ କାଲି ସକାଳ ସମୟରେ ପୀଡ଼ିତା ଶ୍ରୀ ବିହାରରେ ଥିବା ଅଭିଯୁକ୍ତଙ୍କ ଘରକୁ କାମ କରିବା ପାଇଁ ଯାଇଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା କରିବା ଉଦେଶ୍ୟରେ ତାଙ୍କର ଗଳାକୁ ଚିପି ଧରିଥିଲେ ।

ଏହି ସମୟରେ ପୀଡ଼ିତା ଚିତ୍କାର କରିବାରୁ ଚିତ୍କାର ଶୁଣି ସ୍ଥାନୀୟ ପଡୋଶୀ କନ୍ଟ୍ରୋଲ ରୁମକୁ ଜଣାଇଥିଲେ । ଏହି ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ପୁଲିସ ଟୀମ ପୀଡ଼ିତାଙ୍କୁ ପଟିଆ ଶ୍ରୀ ବିହାର ସ୍ଥିତ ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରିବା ପାଇଁ ଯାଇଥିଲେ ।

ପୁଲିସ ଟୀମ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଅଭିଯୁକ୍ତ ହତ୍ୟା କରିବା ଉଦେଶ୍ୟରେ ପୀଡ଼ିତାଙ୍କ ଗଳାକୁ ଚିପି ଧରିଥିଲେ । ପୁଲିସ ଟୀମଙ୍କ ଅନୁରୋଧ ସତ୍ବେ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଆକ୍ରମଣ କରୁଥିବାରୁ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଠା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ପୁଲିସ କର୍ମୀ ମାନଙ୍କୁ ମଧ୍ୟ ହତ୍ୟା କରିବା ଉଦେଶ୍ୟରେ ଗୋଟିଏ ପେଚକଶ ରେ ଆକ୍ରମଣ କରିଥିଲେ ।

ଏଥିରେ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ କୌଶଳ କ୍ରମେ ଅଭିଯୁକ୍ତଙ୍କ କବଳରୁ ପିଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

 ଏନେଇ ମାମଲା ରୁଜୁ ହେବା ପରେ ଆଜି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛିl

What's Your Reaction?

like

dislike

love

funny

angry

sad

wow