ଉତ୍କଳ ସାହିତ୍ୟ ସମାଜର ୧୨୧ତମ ସମାବର୍ତ୍ତନ ଉତ୍ସବ: ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କୁ 'ଉତ୍କଳ ରତ୍ନ' ସମ୍ମାନ ପ୍ରଦାନ

Jul 30, 2023 - 23:24
Jul 30, 2023 - 23:35
 0  9
ଉତ୍କଳ ସାହିତ୍ୟ ସମାଜର ୧୨୧ତମ ସମାବର୍ତ୍ତନ ଉତ୍ସବ: ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କୁ 'ଉତ୍କଳ ରତ୍ନ' ସମ୍ମାନ ପ୍ରଦାନ

କଟକ, ଜୁଲାଇ ୩୦: ଓଡିଶାର ବହୁ ପୁରାତନ ସାହିତ୍ୟ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜ" କଟକ ର ୧୨୧ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ ଶ୍ରୀରାମ ଚନ୍ଦ୍ର ଭବନ, କଟକରେ ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି l

ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ପୁରସ୍କାର "ଉତ୍କଳ ରତ୍ନ" ସମ୍ମାନ ରେ ସମ୍ମାନିତ କରାଯାଇଛି ଏବଂ ଏଇ ଉତ୍ସବରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଗୁଣୀ, ବିଜ୍ଞ ତଥା ପ୍ରତିଭାବାନ ବ୍ୟକ୍ତିବିଶେଷ ମାନଙ୍କୁ ସାରସ୍ୱତ ସମ୍ନାନ ପ୍ରଦାନ କରାଯାଇଛି l

ମୁଖ୍ୟ ଅତିଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ବିଦ୍ୟୁତ୍ ଷଡଙ୍ଗୀ "ଉତ୍କଳ ରତ୍ନ" ଉପାଧି ପ୍ରଦାନକରିଥଲେ। ଏଇ ସମାବର୍ତ୍ତନ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ କିସ୍ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵରର ପ୍ରଫେସର ବିଜୟାନନ୍ଦ ସିଂହ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ତାତ୍ଵିକ ଦିଗ ଉପରେ ଆଲୋକପାତ କରିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏହି ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଶେଷରେ ଶିଳ୍ପୀ ଶଶିକାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ସାହିତ୍ୟିକ ଓ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ।

What's Your Reaction?

like

dislike

love

funny

angry

sad

wow