୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ! ଚର୍ଚ୍ଚାରେ ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରିପୋର୍ଟ

Jul 31, 2023 - 11:09
 0  4
୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ! ଚର୍ଚ୍ଚାରେ ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରିପୋର୍ଟ

୨୦୨୪ରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏ ସରକାର ଗଢ଼ିପାରିବେ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରୁ ଜଣା ପଡ଼ିଛି। ଆଜିର ଦିନରେ ଯଦି ନିର୍ବାଚନ ହୁଏ, ମୋଦୀଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ସେହିପରି ବିରୋଧୀ ମେଣ୍ଟ 'ଇଣ୍ଡିଆ'କୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି । ଏସବୁ ଭିତରେ ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକସଭା ନିର୍ବାଚନରେ ୫୦ଟି ଆସନ ମିଳିପାରେ । ଭାରତୀୟ ଜନତା ପାର୍ଟିର ଆସନ ୩୦୩ରୁ ୨୯୦କୁ ଖସିଆସିବାର ଆକଳନ କରାଯାଇଛି । ଏପଟେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ବଢ଼ି ୬୬ରେ ପହଞ୍ଚିପାରେ ।

ଗତ ନିର୍ବାଚନରେ କଂଗ୍ରେସ ଦଳକୁ ମାତ୍ର ୫୨ ଆସନ ମିଳିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ତୃତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇପାରେ ବୋଲି ଆକଳନ କରିଛି। ୨୯ଟି ଆସନ ଅଧିକ ଜିତି ୨୨ଟି ଲୋକସଭା ଆସନ ଜିତିପାରେ ବୋଲି ଆକଳନ କରାଯାଇଛି। ଏସବୁ ଭିତରେ ବିଜୁ ଜନତା ଦଳକୁ ୧୩ଟି ଲୋକସଭା ଆସନ ମିଳିବ ବୋଲି ଏହି ସର୍ଭେ ଆଳକନ କରିଛି। ଗତ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିଥିଲା। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.