ମଣିପୁର ଯିବେ ବିରୋଧି ମେଣ୍ଟ 'ଇଣ୍ତିଆ'ର ପ୍ରତିନିଧି ମଣ୍ତଳୀ

Jul 29, 2023 - 12:09
 0  3
ମଣିପୁର ଯିବେ ବିରୋଧି ମେଣ୍ଟ 'ଇଣ୍ତିଆ'ର ପ୍ରତିନିଧି ମଣ୍ତଳୀ

ମଣିପୁର ହିଂସା- ଅଶାନ୍ତି ଜାରି ରହିଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧି ମେଣ୍ଟ 'ଇଣ୍ତିଆ'ର ପ୍ରତିନିଧି ମଣ୍ତଳୀ ମଣିପୁର ଗସ୍ତରେ ଯିବ । ପ୍ରାୟ ୨୦ ଜଣ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ। ଏହି ପ୍ରିତିନିଧି ଦଳ ମଣିପୁର ରାଜ୍ୟପାଳଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରୋଧିଙ୍କର ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ପରାମର୍ଶ ଦେବ ବୋଲି କୁହାଯାଉଛି । ସେପଟେ ବିରୋଧିଙ୍କ ଏହି ଗସ୍ତକୁ କଡ଼ା ସମାଲୋଚନା କରି ବିଜେପି ସାଂସଦ ରବି କିଶନ କହିଛନ୍ତି, ବିରୋଧିଙ୍କ ଟିମ୍ ମଣିପୁର ବଦଳରେ ପାକିସ୍ତାନ କିମ୍ବା ଚୀନ ଯିବା କଥା ।ସୂଚନାଥାଉ ଯେ, ଚଳିତ ବର୍ଷ ମେ'ମାସରୁ ମଣିପୁରରେ ହିଂସା ଜାରି ରହିଛି । ଦୁଇ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ଦେଢ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ୧୦୦ରୁ ଅଧିକ ଲୋକ ଘର ଛାଡି ସାରିଲେଣିତ । ଜୁଲାଇ ୧୯ରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ପରି ଲଜ୍ୱାଜନକ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା । ଏହି ପ୍ରସଙ୍ଗକୁ ନେଇ ସଂସଦରେ ହୋହଲ୍ଲା ଚାଲିଛି । ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ୭ ଦିନ ହେବ ହଟ୍ଟଗୋଳ ଜାରି ରହିଛି । ବିରୋଧି ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି । ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ତ ପରେ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ । ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏହି ଘଟଣାର ନିନ୍ଦା କରାଯାଉଛି । ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯିବା ପରେ ୧୦ ଜଣ ଗିରଫ ହୋଇ ସାରିଥିବା ବେଳେ ୬ଟି ନୂଆ ମାମଲା ରୁଜୁ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.