ସଦସ୍ୟତା ଫେରିବା ପରେ ସଂସଦରେ ଅନାସ୍ଥା ପ୍ରସ୍ଥାବ ପ୍ରଥମ ବିତର୍କ ରଖିବେ ରାହୁଲ

Aug 8, 2023 - 12:57
 0  5
ସଦସ୍ୟତା ଫେରିବା ପରେ ସଂସଦରେ ଅନାସ୍ଥା ପ୍ରସ୍ଥାବ ପ୍ରଥମ ବିତର୍କ ରଖିବେ ରାହୁଲ

ଲୋକସଭାର ସଦସ୍ୟତା ଫେରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ସଂସଦରେ ପହଞ୍ଚିଥିଲେ। ଆଜି ଲୋକସଭାରେ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ତାଙ୍କ ସହ ମା ଏବଂ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁର ଗାନ୍ଧି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ଅଭିଭାଷଣରୁ ବିତର୍କ ଆରମ୍ଭ କରିବେ, ଯାହା ଉପରେ ସମସ୍ତଙ୍କ ନଜର ରହିଛି। ମୋଦୀ ସାଙ୍ଗିଆ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସଦସ୍ୟତା ହରାଇବା ପରେ ପ୍ରଥମ ଥର ଲୋକସଭାରେ ଅଭିଭାଷଣ ଦେବେ ରାହୁଲ ଗାନ୍ଧୀ। ଚଳିତ ବର୍ଷ ଫେବୃଆରୀରେ ଏହି ମାମଲାରେ ତାଙ୍କୁ ସଦସ୍ୟତା ହରାଇବାକୁ ପଡିଥିଲା।

ମୋଦୀ ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ଗୁଜୁରାଟର ଏକ ଟ୍ରାଏଲ କୋର୍ଟ ଫେବ୍ରୁଆରୀରେ ରାହୁଲଙ୍କୁ ସର୍ବାଧିକ ଦୁଇ ବର୍ଷ ଦଣ୍ଡିତ କରିଥିଲେ। ମାତ୍ର ନିକଟରେ ସୁପ୍ରିମକୋର୍ଟରୁ ତାଙ୍କୁ ଆସ୍ୱସ୍ଥି ମିଳିବା ପରେ ସଦସ୍ୟତା ଫେରିଛି। ଏହାପରେ ଗତକାଲି ରାହୁଲ 133 ଦିନ ପରେ ପ୍ରଥମ କରି ସଂସଦ ମୌସୁମୀ ଅଧିବେଶନରେ ଯୋଗ ଦେଇଥିଲେ। ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଥିବାରୁ ରାହୁଲ ପ୍ରଥମେ ବିତର୍କ ରଖିବେ ବୋଲି କୁହାଯାଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ମଙ୍ଗଳବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିତର୍କର ନେତୃତ୍ୱ ନେଇପାରନ୍ତି। ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାର ପୁନଃସ୍ଥାପନକୁ ସ୍ୱାଗତ କରି ସେ କହିଛନ୍ତି, ଏହା ଦେଶବାସୀ, ବିଶେଷ କରି ୱାଏନାଡ ସଂସଦୀୟ କ୍ଷେତ୍ରବାସୀଙ୍କୁ ଆସ୍ୱସ୍ଥି ଦେଇଛି। ରାହୁଲଙ୍କ ସଂସଦର ସଦସ୍ୟତା ଫେରାଇ ଆଣିବା ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।"

ସଂସଦରେ ଅନାସ୍ଥା ପ୍ରସ୍ତାବର ଆଲୋଚନା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଆଜି ଦିନ ୧୨ ଟା ୧୦ ରୁ ବିତର୍କ ଆରମ୍ଭ ହେବ। ଏହାପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ବିବୃତ୍ତି ରଖିବାର ସମ୍ଭାବନା ରହିଛି। ମଣିପୁରରେ ଦେଖା ଦେଇଥିବା ଜାତିଗତ ହିଂସା କାରଣରୁ ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି ବିରୋଧୀ। ଏନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ମଧ୍ୟ ଅଡି ବସିଛନ୍ତି। ଏହି କାରଣରୁ ୨୦ ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ତୁମ୍ୱି ତୁଫାନ ଦେଖିବାକୁ ମିଳୁଛି। ଜୁନରେ ରାହୁଲ ଗାନ୍ଧୀ ହିଂସା କ୍ଷେତ୍ର ମଣିପୁର ଗସ୍ତ କରିଥିବା ବେଳେ ନିକଟରେ ବିରୋଧୀ ଦଳ 'ଇଣ୍ଡିଆ'ର ୨୨ ଜଣିଆ ସାଂସଦଙ୍କ ଟିମ୍ ମଧ୍ୟ ମଣିପୁର ଯାଇଥିଲେ। ତେବେ ଏନେଇ ରାହୁଲ ଏବଂ ବିରୋଧୀ ଦଳର ଅନ୍ୟ ସାଂସଦମାନେ କେଉଁ ବିତର୍କ ରଖୁଛନ୍ତି, ତା ଉପରେ ନଜର୍।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.