ଗୁଜୁରାଟରେ କଂଗ୍ରେସ ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବ ଆପ : କଂଗ୍ରୋସର ଖଣ୍ଡନ

Aug 8, 2023 - 18:03
 0  4
ଗୁଜୁରାଟରେ କଂଗ୍ରେସ ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବ ଆପ : କଂଗ୍ରୋସର ଖଣ୍ଡନ

ଆଗାମୀ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି କଂଗ୍ରେସ ସହିତ ମିଳିତ ଭାବେ ଶାସକ ବିଜେପି ବିରୋଧରେ ୨୦୨୪ ନିର୍ବାଚନ ଲଢ଼ିବ। ଏନେଇ ଆମ ଆଦମୀ ପାର୍ଟିର ଗୁଜୁରାଟର ୟୁନିଟ୍ ସଭାପତି ଇସୁଦାନ ଗଡଭି କହିଛନ୍ତି।  ସେ କହିଛନ୍ତି ଯେ ଅସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିବାକୁ ୨୬ଟି ବିରୋଧୀ ଦଳ ଇଣ୍ଡିଆ ନାମକ ଏକ ମହମେଣ୍ଟ ଗଠନ କରିଛନ୍ତି। ଯେଉଁଥିରେ କେଜ୍ରିୱାଲଙ୍କ ଆପ ମଧ୍ୟ ରହିଛି। ପ୍ରକାଶ ଥାଉକି, ଇଶୁଦାନ ଗଡଭିଙ୍କ ଏହି ଘୋଷଣା ପରେ ଗୁଜରାଟ କଂଗ୍ରେସ ନେତା ଏଭଳି ଦାବିକୁ ଅସ୍ୱୀକାର କରିଛନ୍ତି। କଂଗ୍ରେସ କହିଛି ଯେ ଏଥିରେ କୌଣସି ସତ୍ୟତା ନାହିଁ।

ବାସ୍ତବରେ ଗଡଭି କହିଛନ୍ତି ଯେ ଇଣ୍ଡିଆ ନାମରେ ଗଠନ ହୋଇଥିବା ଏହି ମିଳିତ ମଞ୍ଚ ଗୁଜୁରାଟରେ ମଧ୍ୟ ଲାଗୁ ହେବ। ସେ କହିଛନ୍ତି, ଆସନ୍ତା ଗୁଜରାଟ ସାଧାରଣ ନିର୍ବାଚନରେ ​​କଂଗ୍ରେସ ଏବଂ ଆପ ଦଳ ମିସିଲଇଁ ନିର୍ବାଚନ ଲଢ଼ିବେ। ଉଭୟଙ୍କ ମଧ୍ୟରେ ଆସନ ବଣ୍ଟାଯିବ ଓ ଯଦି ଆମେ ଆସନଗୁଡ଼ିକୁ ସଠିକ୍ ଭାବେ ବଣ୍ଟନ କରିବା, ତେବେ ଏଥର ବିଜେପି ଗୁଜରାଟର ୨୬ଟି ଆସନ ମଧ୍ୟରୁ ୨୬ଟି ଜିତିବାରେ ସକ୍ଷମ ହେବ ନାହିଁ।’ ଇସୁଦାନ ଗଡଭି କହିଛନ୍ତି ଯେ ଇଣ୍ଡିଆର ସହଯୋଗୀ ଦଳମାନେ ବିଜେପି ପାଇଁ ବିପଦ।

ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି କର୍ମୀମାନେ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରୁଛନ୍ତି। ଅନ୍ୟପଟେ ଯେତେବେଳେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଆମେ ଆନୁଷ୍ଠାନିକ ଭାବେ ଆପ ସହିତ କୌଣସି ପ୍ରକାର ମେଣ୍ଟ କରିନାହୁଁ। ସେ କହିଛନ୍ତି ଯେ ଦିଲ୍ଲୀର କଂଗ୍ରେସ ନେତୃତ୍ୱ ଏହା ଉପରେ ନିଷ୍ପତ୍ତି ନେବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.