ଛତିଶଗଡ ଭୋଟରଙ୍କୁ ୧୦ଟି ପ୍ରତିଶ୍ରୁତି ଦେଲେ କେଜ୍ରିୱାଲ

Kejriwal made 10 promises to Chhattisgarh voters

Aug 19, 2023 - 18:30
 0  5
ଛତିଶଗଡ ଭୋଟରଙ୍କୁ ୧୦ଟି ପ୍ରତିଶ୍ରୁତି ଦେଲେ କେଜ୍ରିୱାଲ

ବଳ ଗୋଟାଉଛି ଆପ୍‌। ଚଳିତବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ତରଫରୁ ୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଛତିଶଗଡ ଭୋଟରଙ୍କ ପାଇଁ ୧୦ଟି ପ୍ରତିଶ୍ରୁତି ଘୋଷଣା କରିଛନ୍ତି । ଛତିଶଗଡର ରାୟପୁର ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ୧୦ଟି ବଡ ଘୋଷଣା କରିଛନ୍ତି । ସେ ଛତିଶଗଡ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡିକ ହେଲା
୧. ୨୪ ଘଣ୍ଟିଆ ନିରବଚ୍ଛିନ ବିଜୁଳି ସେବା
୨. ଦିଲ୍ଲୀ ଭଳି ଅତ୍ୟାଧୁନିକ ସ୍କୁଲ
୩. ପ୍ରତି ଗ୍ରାମରେ ମୋହଲ୍ଲା କ୍ଲିନକ
୪. ନିଯୁକ୍ତି ସୁଯୋଗ ଓ ବେରୋଜଗାରଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା
୫. ପ୍ରତି ମହିଳାଙ୍କୁ ମାସିକ ୧ହଜାର ଟଙ୍କା ଭତ୍ତା
୬. ମାଗଣା ତୀର୍ଥଯାତ୍ରା
୭. ଭ୍ରଷ୍ଟାଚାରମୁକ୍ତ ସରକାର
୮. ସହିଦଙ୍କ ପରିବାରକୁ ୧କୋଟି ଟଙ୍କାର ସହାୟତା
୯. ଠିକା କର୍ମଚାରୀଙ୍କୁ ନିୟମିତ କରିବା
୧୦. କୃଷକ ଓ ଆଦିବାସୀଙ୍କ ପାଇଁ ଆସନ୍ତା ବୈଠକରେ ପ୍ରତିଶ୍ରୁତି ଘୋଷଣା

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.