ପୁଣି ଆଉ ଥରେ ସରକାର ଗଠନ କରିବ ବିଜେପି : ଟାଇମସ ନାଓ ସର୍ଭେ

BJP will form the government once again: Times Now Survey

Aug 17, 2023 - 17:26
 0  3
ପୁଣି ଆଉ ଥରେ ସରକାର ଗଠନ କରିବ ବିଜେପି : ଟାଇମସ ନାଓ ସର୍ଭେ

ଆଜି ନିର୍ବାଚନ ହେଲେ ବିଜେପି ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଓପିନିୟନ ପୋଲ ସର୍ଭେ ଅନୁଯାୟୀ ମୋଦି ସରକାର ପୁଣି ଥରେ ଅର୍ଥାତ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିପାରନ୍ତି। ହିନ୍ଦି ଭାଷାଭାଷି ରାଜ୍ୟରେ NDAର ଦବଦବା ଭଲ ରହିଛି। ଅର୍ଥାତ ଏହିସବୁ ଅଞ୍ଚଳରେ NDAର ସଫଳତା ହାର ୮୦ ପ୍ରତିଶତ ଥିବା ସର୍ଭେରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଙ୍କ ଲାଲକିଲ୍ଲା ଭାଷଣର ଦିନକ ପରେ ଆସିଛି ଏହି ସର୍ଭେ ରିପୋର୍ଟ । ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ୨୦୨୪ରେ ପୁଣି ସରକାରକୁ ଫେରିବା ନେଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଟାଇମସ ନାଓ ETG ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆଜି ନିର୍ବାଚନ ହେଲେ ବିଜେପି ୩ଶହରୁ ଅଧିକ ସିଟ୍ ପାଇପାରେ। ତେବେ ବିରୋଧୀ INDIA ମେଣ୍ଟ ୧୬୦ରୁ ୧୯୦ ସିଟ ପାଇପାରନ୍ତି ।
ସର୍ଭେ କହୁଛି ସାଧାରଣ ନିର୍ବାଚନରେ NDA ମେଣ୍ଟ ୨୯୬ରୁ ୩୨୬ ସିଟି ହାତେଇପାରେ । ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୮୦ରୁ ୭୦ ସିଟ ହାତେଇପାରେ ବିଜେପି । ସେହିପରି ସର୍ଭେ ଅନୁୟାୟୀ ଓଡ଼ିଶାରେ ବିଜୁ ଜନତା ଦଳ (BJD) ୧୨ରୁ ୧୪ଟି ସାଂସଦ ସିଟ ହାତେଇ ପାରେ । ଟାଇମସ ନାଓ ETG ପକ୍ଷରୁ ମୋଟ ୫୪୩ ଆସନ ଉପରେ ଏହି ସର୍ଭେ କରାଯାଇଛି । ଭୋଟ ସେୟାର ଦେଖିଲେ NDAକୁ ୪୨.୬୦ ପ୍ରତିଶତ, INDIA ମେଣ୍ଟକୁ ୪୦.୨୦ ପ୍ରତିଶତ, ବିଜେଡିକୁ ୧.୭୫ ପ୍ରତିଶତ ଓ ଅନ୍ୟ ଦଳଙ୍କୁ ୧୧.୬୩ ପ୍ରତିଶତ ଭୋଟ ମିଳିପାରେ ବୋଲି ଟାଇମସ ନାଓ ETG ସର୍ଭେ ପକ୍ଷରୁ କୁହାଯାଇଛି । ସେହିପରି ଦଳ ଅନୁଯାୟୀ ସର୍ଭେ ରିପୋର୍ଟ କହୁଛି ଆଜି ଯଦି ଭୋଟ ହୁଏ ତେବେ ବିଜେପି ୨୮୮ରୁ ୩୧୪ ସିଟ୍ ପାଇପାରେ । କଂଗ୍ରେସ ୬୨ରୁ ୮୦ ସିଟ୍, YSR କଂଗ୍ରେସ ପାର୍ଟିକୁ ୨୪ରୁ ୨୫ ସିଟ୍, DMKକୁ ୨୦ରୁ ୨୪, ବିଜେଡି ୧୨ରୁ ୧୪ ସିଟ ପାଇପାରେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.