ବିଜେପି ସାଂସଦଙ୍କୁ ୬ ମାସ ଜେଲ୍‌ ଏବଂ ୫ ହଜାର ଜରିମାନା

Aug 12, 2023 - 14:00
 0  4
ବିଜେପି ସାଂସଦଙ୍କୁ ୬ ମାସ ଜେଲ୍‌ ଏବଂ ୫ ହଜାର ଜରିମାନା

ବଲିଉଡର ୮୦ ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ଜୟା ପ୍ରଦା ଚେନ୍ନାଇର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ଚେନ୍ନାଇର ଏକ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲାଗିଛି । ଅଦାଲତ ଜୟାପ୍ରଦାଙ୍କ ବିଜନେସ ପାର୍ଟନର ରାମ କୁମାର ଏବଂ ରାଜା ବାବୁଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦା ନିଜ ଥିଏଟରରେ କାମ କରୁଥିବା ଲୋକଙ୍କୁ ଇଏସଆଇ ପଇସା ଦେଇନଥିବା ଅଭିଯୋଗ ଲାଗିଥିଲା। ଜୟାପ୍ରଦା ଚେନ୍ନାଇର ଏକ ଥିଏଟର ଚଲାଉଥିଲେ । ଯାହାକୁ ସେ ପରେ ବନ୍ଦ କରିଦେଇଥିଲେ । ଥିଏଟରରେ କାମ କରୁଥିବା କର୍ମଚାରୀ ଜୟାପ୍ରଦାଙ୍କ ବିରୋଧରେ ଅଭିଯୋଗ କରିଥିଲେ । କର୍ମଚାରୀଙ୍କ କହିବାନୁଯାୟୀ, ଜୟାପ୍ରଦା ତାଙ୍କୁ ଦରମା ଏବଂ ଇଏସଆଇ ପଇସା ଦେଉନଥିଲେ।

ଏହି ମାମଲାରେ ଲେବର ଗଭର୍ଣ୍ଣମେଣ୍ଟ ଇସୋରାନ୍ସ କର୍ପୋରେସନ ପକ୍ଷରୁ ଜୟାପ୍ରଦା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚେନ୍ନାଇର ଏଗମୋର ମାଜିଷ୍ଟ୍ରେଟ କୋର୍ଟରେ ମାମଲା ଦାଏର କରିଥିଲେ। ଏହା ପରେ ଜୟାପ୍ରଦା ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମାନିନେଇଥିଲେ ଏବଂ ମାମଲା ଖାରଜ କରିବାକୁ ଦାବି କରି ବକେୟା ରାଶି ଦେବାକୁ କଥା ଦେଇଥିଲେ । ଏହି ମାମଲାରେ ଅଦାଲତଙ୍କ ଏହି ଅପିଲକୁ ଖାରଜ କରିବା ସହିତ ଜୟାପ୍ରଦାଙ୍କୁ ଜରିମାନା ସହିତ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି। ଜୟାପ୍ରଦା ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ। କିନ୍ତୁ ୧୯୯୪ରେ ଅଭିନୟ ଜଗତ ଛାଡି ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ। ଏହା ପରେ ରାଜ୍ୟସଭା ସାଂସଦ ଏବଂ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ଟିଡିପି ଛାଡି ବିଜେପିରେ ଯୋଗ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.