ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ 

Aug 12, 2023 - 07:55
Aug 13, 2023 - 07:56
 0  6
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ 
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ 

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ 
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ବର୍ଷ ପାଇଁ ତଦନ୍ତରେ ଉତ୍କର୍ଷତା ହାସଲ କରିଥିବା ୧୪୦ ଜଣ ପୁଲିସ୍‌‌ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପ୍ରଦାନ କରାଯିବ ବୋଲି ଶନିବାର ଘୋଷଣା କରାଯାଇଛି । ଏହି ଅଧିକାରୀମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ ଅଧିକୀ ସାମିଲ ଅଛନ୍ତି । ସେମାନେ ହେଲେ ପ୍ରଭାତ କୁମାର ବିଶ୍ୱାଳ (ଡିଏସପି), ମାନସ ରଞ୍ଜନ ପ୍ରଧାନ (ଡିଏସପି), ଦୁର୍ଗେଶ ନନ୍ଦିନୀ ମହାନ୍ତି (ଇନସ୍ପେକ୍ଟର) ଓ ପ୍ରଶାନ୍ତ କୁମାର ସାହୁ (ଇନସ୍ପେକ୍ଟର) । ପ୍ରତିବର୍ଷ ଅଗଷ୍ଟ ୧୨ରେ ଏହି ପୁରସ୍କାର ଘୋଷଣା ହୋଇଥାଏ । ଅପରାଧ ଯାଞ୍ଚରେ ଉଚ୍ଚ ପେଶାଦାର ମାନକକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ରେ ଏହି ପୁରସ୍କାର ସ୍ଥାପିତ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow