କମିବ ଖାଇବା ତେଲ ଦର !

Jun 15, 2023 - 02:04
Jun 16, 2023 - 02:04
 0  1024
କମିବ ଖାଇବା ତେଲ ଦର !
କମିବ ଖାଇବା ତେଲ ଦର !

କମିବ ଖାଇବା ତେଲ ଦର !
ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ କରିଛନ୍ତି । ଏ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ରିଫାଇନ୍ଡ ସୋୟାବିନ୍ ତେଲ ଓ ରିଫାଇନ୍ଡ ସୂର୍ଯ୍ୟମୂଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫ ପ୍ରତିଶତରୁ ୧୨. ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ନିର୍ଦ୍ଦେଶ ଗୁରୁବାର (ଜୁନ ୧୫, ୨୦୨୩) ଠାରୁ ଲାଗୁ କରାଯାଇଛି । ଏହି ନିର୍ଦ୍ଦେଶ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରେ ସରକାର ରିଫାଇନ୍ଡ ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ ହ୍ରାସ କରିଥିଲେ ।

What's Your Reaction?

like

dislike

love

funny

angry

sad

wow