ଜୁନ ୧୯ରୁ ଯୁକ୍ତ ଦୁଇ ତତ୍କାଳ ପରୀକ୍ଷା ଫର୍ମ ପୂରଣ

Jun 14, 2023 - 02:44
Jun 15, 2023 - 02:44
 0  487
ଜୁନ ୧୯ରୁ ଯୁକ୍ତ ଦୁଇ ତତ୍କାଳ ପରୀକ୍ଷା ଫର୍ମ ପୂରଣ
ଜୁନ ୧୯ରୁ ଯୁକ୍ତ ଦୁଇ ତତ୍କାଳ ପରୀକ୍ଷା ଫର୍ମ ପୂରଣ

ଜୁନ ୧୯ରୁ ଯୁକ୍ତ ଦୁଇ ତତ୍କାଳ ପରୀକ୍ଷା ଫର୍ମ ପୂରଣ
ଜୁନ ୧୯ରୁ ଯୁକ୍ତ ଦୁଇ ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଏହି ପ୍ରକ୍ରିୟା ଜୁନ ୨୬ ପର୍ଯ୍ୟନ୍ତ ଚାଲିବା ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଜୁନ ୨୭ରୁ ୨୮ ପର୍ଯ୍ୟନ୍ତ ପରୀକ୍ଷା ଫି’ ପୈଠ ହେବ । ନନ-ପ୍ରାକ୍ଟିକାଲ ବିଷୟ ପାଇଁ ଆବେଦନ କରୁଥିଲେ ୫୨୦ଟଙ୍କା, ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର (ବାୟୋଲଜିକୁ ବାଦ୍ ଦେଇ) ଲାଗି ଆବେଦନକାରୀଙ୍କୁ ୫୬୦ ଟଙ୍କା ଏବଂ ବାୟୋଲଜି ବିଷୟ ପାଇଁ ଆବେଦନକାରୀଙ୍କ ପାଇଁ ୬୪୦ ଟଙ୍କା ଫି’ ଧାର୍ଯ୍ୟ ହୋଇଛି । ଜୁଲାଇ ୧୩ ଏବଂ ୧୪ରେ ତତ୍କାଳ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଏଗ୍ରିଗେଟ୍ ୨୧୦ ନମ୍ବର ରଖି ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ୧୨୨୭ ଛାତ୍ରଛାତ୍ରୀ ତତ୍କାଳ ପରୀକ୍ଷା ଦେଇପାରିବେ । ଅନ୍ୟ ପକ୍ଷରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କ କମ୍ ନମ୍ବର ରହିଥିବା ଅଭିଯୋଗ କରିଛନ୍ତି, ସେମାନଙ୍କ ଲାଗି ରିଆଡିସନ୍ ବା ପୁନଃଯାଞ୍ଚ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହେବ ।

What's Your Reaction?

like

dislike

love

funny

angry

sad

wow