ବ୍ୟାପୁଛି ବାର୍ଡ ଫ୍ଲୁ : ସତର୍କ ରହିବାକୁ ହୁ’ର ପରାମର୍ଶ

Jul 14, 2023 - 11:48
 0  6
ବ୍ୟାପୁଛି ବାର୍ଡ ଫ୍ଲୁ : ସତର୍କ ରହିବାକୁ ହୁ’ର ପରାମର୍ଶ


ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବର ମିଳୁଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ କରାଇ କୁହାଯାଇଛି ଯେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ଏଣୁ କୁକୁଡ଼ା ଫାର୍ମଗୁଡ଼ିକରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ ଦିଆଯାଇଛି। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁର ଅତି ସଂକ୍ରମଣଶୀଳ ଏଚ୍୫ଏନ୍୧ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ହୁ ପକ୍ଷରୁ ମଣିଷଙ୍କ ଭିତରେ ମହାମାରୀ ବ୍ୟାପିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ହୁ ପକ୍ଷରୁ କୁହାଯାଇଛି, କୁକୁଡ଼ାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ପରେ ପ୍ରାୟ ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି।
ଏହି ଭୂତାଣୁ ପକ୍ଷୀରୁ ମଣିଷ ଓ ମଣିଷରୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁ ଦେଖାଯିବା ଏବଂ ବନ୍ୟ ପକ୍ଷୀମାନଙ୍କର ଅସ୍ବାଭାବିକ ମୃତ୍ୟୁ ହେଉଥିବାରୁ ଏହା ଏକ ଉଦ୍‌ବେଗଜନକ ବିଷୟ ବୋଲି ‘ହୁ’ ବୈଜ୍ଞାନିକ ବିଭାଗ ମୁଖ୍ୟ ଡ ଗ୍ରେଗୋରିଓ ଟରେସ କହିଛନ୍ତି। ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ଏବଂ ବିଶ୍ବ ପ୍ରାଣୀ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏ ନେଇ ଦେଶଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହୁ’ର ମହାମାରୀ ବିଭାଗ ନିର୍ଦ୍ଦେଶକ ଡ ସିଲଭି ବ୍ରିୟାଣ୍ଡ କହିଛନ୍ତି, ସବୁ ଦେଶ ଭୂତାଣୁକୁ ମନିଟର କରନ୍ତୁ ଓ ମଣିଷକୁ ସଂକ୍ରମିତ ହେଉଥିଲେ ତାହା ଚିହ୍ନଟ କରନ୍ତୁ। ଭୂତାଣୁମାନଙ୍କର ଜେନିଟିକ୍ ତଥ୍ୟ ମଧ୍ୟ ସେୟାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ୨୦୨୨ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଟି ଦେଶ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସୂଚନା ଦେଇଥିବା ସେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.