ଚନ୍ଦନେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

Aug 7, 2023 - 07:52
Aug 8, 2023 - 07:52
 0  5
ଚନ୍ଦନେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
ଚନ୍ଦନେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଚନ୍ଦନେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
ବାଲେଶ୍ୱର ଜିଲ୍ଲାର ବହୁଚର୍ଚ୍ଚିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ତାୟବ ଅଲ୍ଲି ମୁଲ୍ଲାକୁ ପଶ୍ଚିମବଙ୍ଗର ଚବିଶପ୍ରଗଣା ଅଞ୍ଚଳରୁ ଗିରଫ କରାଯାଇଛି । ଏହାସହିତ ତା ଠାରୁ ୮୫୪ ଗ୍ରାମ୍ ସୁନା ଜବତ କରାଯାଇଛି । ଚନ୍ଦନେଶ୍ୱରର ଏହି ବ୍ୟାଙ୍କ ଡକାୟତି ବାଲେଶ୍ୱର ପୁଲିସର ନିଦ ହଜାଇ ଦେଇଥିଲା । ଉଲ୍ଲେଖଯୋଗ୍ୟ ଏପ୍ରିଲ 26ରେ ଡକାୟତମାନେ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ପଶି ୬ ଶହ ପ୍ୟାକେଟ ସୁନା ଓ ନଗଦ ୪୫ ଲକ୍ଷ ୫୨ ହଜାର ଟଙ୍କା ଲୁଟି ପଶ୍ଚିମବଙ୍ଗ ଆଡକୁ ପଳାଇଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ୧୪ ଜଣଙ୍କ ସମ୍ପୃକ୍ତି ଥିବା ବାଲେଶ୍ୱର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow