ସରକାରୀ ଅଧିକାରୀ ଚଢିପାରିବେ ବେସରକାରୀ ଗାଡି

Government officers can ride in private vehicles

Aug 19, 2023 - 15:31
 0  4
ସରକାରୀ ଅଧିକାରୀ ଚଢିପାରିବେ ବେସରକାରୀ ଗାଡି

ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି । ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ସ୍ଥିର ହୋଇଛି ଗାଡିର ମାସିକ ଭଡା ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି। ମନ୍ତ୍ରୀ, ସଚିବ, ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଜଜଙ୍କୁ ଛାଡିଦେଲେ ଅନ୍ୟ ଅଧିକାରୀଙ୍କ ପାଇଁ ଭଡାରେ ଅଣାଯିବ ବେସରକାରୀ ଗାଡି । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ କାମ ପାଇଁ ଅଧିକାରୀମାନେ ବେସରକାରୀ ଗାଡିକୁ ବ୍ୟବହାର କରିପାରିବେ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ହେଲେ କେଉଁ ଅଧିକାରୀ କେଉଁ ନିର୍ଦ୍ଦିଷ୍ଟ ଗାଡି ବ୍ୟବହାର କରିବେ, ତାର ମଧ୍ୟ ଏକ ତାଲିକା ଦିଆଯାଇଛି । କେବଳ ସେତିକି ନୁହେଁ, କେଉଁ କେଉଁ ଗାଡିର ମାସିକ ଭଡ଼ା କେତେ ରହିବ ଓ ସେମାନଙ୍କୁ ପେଟ୍ରୋଲ ଡିଜେଲ କେଉଁ ହାରରେ ମିଳିବ ତାହା ମଧ୍ୟ ସ୍ଥିର କରାଯାଇଛି । ଜିଲ୍ଲାପାଳ ଓ ଏସ୍ପି ସ୍କୋର୍ପିଓ, କ୍ରେଟା, ମହିନ୍ଦ୍ରା ମାରାଜୋ ପରି ଗାଡି ଚଢିବେ । ଏହି ଗାଡି ପିଛା ମାସିକ ୩୭ ହଜାର ଟଙ୍କା ମିଳିବ । କୌଣସି ବିଭାଗର ଅଧିକାରୀ ଟିଆଗୋ, ବୋଲ୍ଟ, ସିଲେରିଓ ପରି ଗାଡି ଚଢିପାରିବେ । ଏଥିପାଇଁ ମାସିକ ୨୦ ହଜାର ଟଙ୍କା ଦିଆଯିବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.