ପୁଣି ଘନେଇଲା ମଣିପୁର ହିଂସା

Manipur violence intensified again

Aug 19, 2023 - 18:24
 0  4
ପୁଣି ଘନେଇଲା ମଣିପୁର ହିଂସା

ମଣିପୁର ହିଂସା ଗତ ୨ ସପ୍ତାହ ଧରି ଟିକେ ଶିଥିଳ ପଡିଥିବା ବେଳେ ଶୁକ୍ରବାର ଦିନ ପୁଣି ଭୟଙ୍କର ହିଂସା ଦେଖିବାକୁ ମିଳିଛି । କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ମଧ୍ୟରେ ନାଗା ସଂପ୍ରଦାୟ ଏଣ୍ଟ୍ରି ମାରିଛି ଯାହାକୁ ନେଇ ଚ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ଓଖରୁଲ ଜିଲ୍ଲା ଥୋବଇ ଗାଁରୁ ଶୁକ୍ରବାର ସକାଳେ ୩ଜଣ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ପ୍ରଶ୍ନ ଉଠୁଛି କି କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ମଧ୍ୟରେ ନାଗା ସଂପ୍ରଦାୟ କାହିଁକି ଏଣ୍ଟ୍ରି ମାରିଲା । କାରଣ ଓଖରୁଲ ଜିଲ୍ଲା ନାଂଗଖୁଲ ହେଉଛି ନାଗା ବହୁଳ ଅଞ୍ଚଳ । ଶୁକ୍ରବାର ଦିନ ଏଠାରେ ହିଂସାର ପ୍ରଥମ ଘଟଣା ଦେଖିବାକୁ ମିିଳିଥିଲା ।

ସୂଚନାମୁତାବକ ନାଗା ଓ କୁକୀ ସଂପ୍ରଦାୟ ମଧ୍ୟରେ କୁକୀ ସଂଘର୍ଷର ଇତିହାସ ରହିଛି । ଶେଷଥର ପାଇଁ ୧୯୯୦ ଦଶକରେ ନାଗା ସଂପ୍ରଦାୟ ଓ କୁକୀ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ । ସେ ସମୟରେ ଜମିବାଡିକୁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା । ମଣିପୁରର ପାହାଡଗୁଡିକୁ କୁକୀ ସଂପ୍ରଦାୟ ନିଜର ମା’ ବୋଲି ଦାବି କରିଥାଏ । ଏହି ପାହାଡର ବଡ ଅଂଶ ଗ୍ରେଟର ନାଗାଲ୍ୟାଣ୍ଡ ସହ ଓଭରଲ୍ୟାପ ହୋଇଥିଲା । ଏହାକୁ ନାଗା ସଂପ୍ରଦାୟର ଲୋକମାନେ ନିଜର ମାତୃଭୂମି ବୋଲି ଦାବି କରିଥାନ୍ତି । ଏହାକୁ ନେଇ ୯୦ ଦଶକରେ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥଲା । ଏବେ ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଭିିତରେ ନାଗା ସଂପ୍ରଦାୟର ପ୍ରବେଶ ଏକ ନୂଆ ପ୍ରସଙ୍ଗକୁ ଜନ୍ମ ଦେଇପାରେ । ଏହାକୁ ନେଇ ଶୁକ୍ରବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କହିଛନ୍ତି କି ରାଜ୍ୟର ସାଧାରଣ ଜନତା ଏକା ସାଥିରେ ଆଗକୁ ବଢିବା ଦରକାର ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.