ରୋଗୀଙ୍କ ଖାଦ୍ୟ ରିହାତି ୩୦ ପ୍ରତିଶତ ବୃଦ୍ଧି

Aug 3, 2023 - 09:13
Aug 4, 2023 - 09:14
 0  5
ରୋଗୀଙ୍କ ଖାଦ୍ୟ ରିହାତି ୩୦ ପ୍ରତିଶତ ବୃଦ୍ଧି
ରୋଗୀଙ୍କ ଖାଦ୍ୟ ରିହାତି ୩୦ ପ୍ରତିଶତ ବୃଦ୍ଧି

ରୋଗୀଙ୍କ ଖାଦ୍ୟ ରିହାତି ୩୦ ପ୍ରତିଶତ ବୃଦ୍ଧି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ରିହାତି ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହାଦ୍ୱାରା ୪୨ ଲକ୍ଷରୁ ଅଧିକ ରୋଗୀ ଉପକୃତ ହେବେ । ନୂତନ ନିଷ୍ପତ୍ତି ଅନୁଯାୟୀ ଡାକ୍ତରଖାନାମାନଙ୍କରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦୈନିକ ୭୫ ଟଙ୍କାରୁ  ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ ।

What's Your Reaction?

like

dislike

love

funny

angry

sad

wow