ୟୁଜି ଓ ପିଜି ନାମଲେଖା ଅବଧି ବୃଦ୍ଧି

Aug 3, 2023 - 09:15
Aug 4, 2023 - 09:15
 0  5
ୟୁଜି ଓ ପିଜି ନାମଲେଖା ଅବଧି ବୃଦ୍ଧି
ୟୁଜି ଓ ପିଜି ନାମଲେଖା ଅବଧି ବୃଦ୍ଧି

ୟୁଜି ଓ ପିଜି ନାମଲେଖା ଅବଧି ବୃଦ୍ଧି
ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ଓ ପିଜି ନାମଲେଖା ତାରିଖ ପରିବର୍ତ୍ତନ କରାଯାଇଛି । ୟୁଜି ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ(ଦ୍ୱିତୀୟ ପର୍ଯ୍ୟାୟ ମନୋନୟନ) ଏବଂ ପିଜି (ପ୍ରଥମ ପର୍ଯ୍ୟାୟ ମନୋନୟନ)କୁ ୫ ଅଗଷ୍ଟ ୨୦୨୩(ଶନିବାର)କୁ ଘୁଞ୍ଚାଇ ଦିଆଯାଇଛି । ଗୁରୁବାର ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାରି ବିଜ୍ଞପ୍ତି ଅନୁଯାୟୀ ନାମ ଲେଖାଇବା ପାଇଁ ଜୁଲାଇ ୩୧ରୁ ଅଗଷ୍ଟ ୩ ମଧ୍ୟରେ ରିପୋର୍ଟିଂ କରିବାକୁ କୁହାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow