ସ୍ନାତକ ନାମଲେଖା ଆବେଦନ ଆରମ୍ଭ

Jun 19, 2023 - 01:58
Jun 20, 2023 - 01:58
 0  394
ସ୍ନାତକ ନାମଲେଖା ଆବେଦନ ଆରମ୍ଭ
ସ୍ନାତକ ନାମଲେଖା ଆବେଦନ ଆରମ୍ଭ

ସ୍ନାତକ ନାମଲେଖା ଆବେଦନ ଆରମ୍ଭ
୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ବା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖା ଆବେଦନ ସୋମବାର ଠାରୁ ଆରମ୍ଭ ହୋଇଛି । ସୋମବାର ଅପରାହ୍ନ ୨ଟାରୁ ସାମ୍ସ ୱେବସାଇଟରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ) ଉପଲବ୍ଧ ହୋଇଛି । ଜୁଲାଇ ୪ ରାତି ୧୧ଟା ୪୫ ଯାଏଁ ଛାତ୍ରଛାତ୍ରୀ ଆବେଦନ କରି ପାରିବେ। ଜୁଲାଇ ୧୪ ଅପରାହ୍ନ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ହେବ । ଜୁଲାଇ ୧୪ରୁ ୧୮ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ ଫ୍ରିଜ୍/ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ । ଏହି ପ୍ରକ୍ରିୟା ଜୁଲାଇ ୧୪ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ଜୁଲାଇ ୧୮ ରାତି ୧୧ଟା ୪୫ ଯାଏଁ ଚାଲିବ । ପ୍ରଥମ ଥରରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ୧୯ ମଧ୍ୟରେ ମିଳିଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ତେବେ ଜୁଲାଇ ୧୬ ରବିବାର ପଡୁଥିବାରୁ ସେହିଦିନ ଛୁଟି ରହିବ । ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ସକାଳ ୯ରୁ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇ ପାରିବେ ।

What's Your Reaction?

like

dislike

love

funny

angry

sad

wow