ସରକାରୀ ସ୍କୁଲରେ ଆରମ୍ଭ ହେଲା ହାଉସ ବ୍ୟବସ୍ଥା

Jul 18, 2023 - 06:36
Jul 19, 2023 - 06:37
 0  8
ସରକାରୀ ସ୍କୁଲରେ ଆରମ୍ଭ ହେଲା ହାଉସ ବ୍ୟବସ୍ଥା
ସରକାରୀ ସ୍କୁଲରେ ଆରମ୍ଭ ହେଲା ହାଉସ ବ୍ୟବସ୍ଥା

ସରକାରୀ ସ୍କୁଲରେ ଆରମ୍ଭ ହେଲା ହାଉସ ବ୍ୟବସ୍ଥା
ରାଜ୍ୟର ସରକାରୀ ସ୍କୁଲଗୁଡିକରେ ବେସରକାରୀ ସ୍କୁଲ ଭଳି ହାଉସ ବ୍ୟବସ୍ଥା ଆରମ୍ଭ ହୋଇଛି । ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି । ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ୪ଟି ଦଳ ଗଠନ କରାଯାଉଛି । ଶହେରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ବା ଦଳ ଗଠନ କରାଯାଉଛି । ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି । ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି । “ହାଉସ ସିଷ୍ଟମ’ ଅନୁସାରେ ଲାଲ, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମ ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟା ସମାଧାନ, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତ୍ତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ “ହାଉସ ସିଷ୍ଟମ’ ସହାୟକ ହେବ ।

What's Your Reaction?

like

dislike

love

funny

angry

sad

wow