ପାଞ୍ଚଟି ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା

Jul 18, 2023 - 06:38
Jul 19, 2023 - 06:38
 0  8
ପାଞ୍ଚଟି ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା
ପାଞ୍ଚଟି ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା

ପାଞ୍ଚଟି ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତି ସହ ଭୂସ୍ଖଳନ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଲା-  ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ।

What's Your Reaction?

like

dislike

love

funny

angry

sad

wow