ପୋଲ ଭୁଷୁଡିବା ଘଟଣାର ଅନୁଧ୍ୟାନ ହେବ

Jul 18, 2023 - 06:35
Jul 19, 2023 - 06:35
 0  9
ପୋଲ ଭୁଷୁଡିବା ଘଟଣାର ଅନୁଧ୍ୟାନ ହେବ
ପୋଲ ଭୁଷୁଡିବା ଘଟଣାର ଅନୁଧ୍ୟାନ ହେବ

ପୋଲ ଭୁଷୁଡିବା ଘଟଣାର ଅନୁଧ୍ୟାନ ହେବ
ମଙ୍ଗଳବାର ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକରେ ଏକ ପୋଲ ଭୁଶୁଡ଼ିବା ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା । ଏହି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ ଦଳ ଆସି ତଦନ୍ତ କରିବା ପରେ ଚୂଡାନ୍ତ ରିପୋର୍ଟ ଦେବେ । ୨୦୦୮ରେ ବ୍ରିଜ ନିର୍ମାଣ ହୋଇଥିଲା, ୫୦ ବର୍ଷ ସୁରକ୍ଷିତ ରହିବା କଥା। ହେଲେ ୧୫ ବର୍ଷ ପରେ କିପରି ପୋଲ ଭୁଶୁଡ଼ିଲା ସେ ନେଇ ନିର୍ମାଣଗତ ତ୍ରୁଟି ଦାୟୀ ବୋଲି ସେ ପ୍ରାଥମିକ ଭାବେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି । ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ । ଫଳରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

What's Your Reaction?

like

dislike

love

funny

angry

sad

wow