ଓଡିଶାକୁ ମିଳିଲା ଭୂମି ସମ୍ମାନ- ୨୦୨୩

Jul 18, 2023 - 06:33
Jul 19, 2023 - 06:33
 0  6
ଓଡିଶାକୁ ମିଳିଲା ଭୂମି ସମ୍ମାନ- ୨୦୨୩
ଓଡିଶାକୁ ମିଳିଲା ଭୂମି ସମ୍ମାନ- ୨୦୨୩

ଓଡିଶାକୁ ମିଳିଲା ଭୂମି ସମ୍ମାନ- ୨୦୨୩
ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ୍ସ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍‌ଆର୍‌ଏମ୍‌ପି ଅନ୍ତର୍ଗତ ଛଅଟି ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ମିଳିଛି । ଓଡ଼ିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଗୁଡିକ ହେଲା-ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର । ଏହି ଜିଲ୍ଲାର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳ ଏହି  ପୁରସ୍କାର ପ୍ରଦାନ କରିଥିଲେ । ରାଜସ୍ୱ କାର୍ଯ୍ୟାଳୟଗୁଡିକରେ ନାଗରିକମାନଙ୍କ ଉପସ୍ଥିତି କମାଇବା ସହ ମଧ୍ୟସ୍ଥିମାନଙ୍କୁ ହଟାଇବା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍‌ଲାଇନ୍‌ କରାଯିବା ଦ୍ୱାରା ଲୋକମାନେ ଅନଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି । ଭର୍ଚୁଆଲ୍‌ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଊଦ୍ଧ୍ୱର୍ ମାମଲାର ଫଇସଲା ହୋଇଛି । ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଡିଆଇଏଲ୍‌ଆର୍‌ଏମ୍‌ପିର ମାନଦଣ୍ଡ ଯଥା: ଜମି ରେକର୍ଡ କମ୍ପୁଟରୀକରଣ, ଜମି ନକ୍ସା କମ୍ପୁଟରୀକରଣ, ଜମି ରେକର୍ଡ ଏବଂ ନକ୍ସାର ସଂଯୋଗୀକରଣ, ନିବନ୍ଧନ ଓ ଉପନିବନ୍ଧନ କାର୍ଯ୍ୟାଳୟର କମ୍ପୁଟରୀକରଣ, ତହସିଲ ଏବଂ ନିବନ୍ଧନ କାର୍ଯ୍ୟାଳୟର ସଂଯୋଗୀକରଣ ଏବଂ ଆଧୁନିକ ରେକର୍ଡ କକ୍ଷ ନିର୍ମାଣ କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନିଆଯିବ ।

What's Your Reaction?

like

dislike

love

funny

angry

sad

wow