ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣାରେ ୧୦ ଗିରଫ 

Jun 24, 2023 - 07:57
Jun 25, 2023 - 07:57
 0  10
ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣାରେ ୧୦ ଗିରଫ 
ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣାରେ ୧୦ ଗିରଫ 

ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣାରେ ୧୦ ଗିରଫ 
ଶିମିଳିପାଳ ଅଭୟାରଣ୍ୟରେ ଜୁନ ୧୬ ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟର କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନ ଗାମୁଛାଝରଣ ନିକଟରେ ଜୁନ ୧୬ ବିଳମ୍ବିତ ରାତିରେ ଶିକାରୀ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଗିରଫ ଶିକାରିମାନେ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦଲାବେଡା ଗାଁର ତୁରୀ କଣ୍ଡେୟାନ(୩୦), ରମାଇ କଣ୍ଡେୟାନ(୬୧), ମୋରା ହୋ(୪୩), ମାଣିକରାମ କଣ୍ଡେୟାନ(୪୩), ଗୋପବନ୍ଧୁ କଣ୍ଡେୟାନ(୩୨), ଦିଲ୍ଲୀପ କଣ୍ଡେୟାନ(୨୫), ରାମସିଂ ଗୁଣ୍ଡୁଆ(୩୪), ସିଂହ ହୋ(୩୨), ଗମେୟା ହୋ(୨୫) ଓ ଚମ୍ପାଇ ହୋ(୨୬)। ସେମାନଙ୍କ ନିକଟରୁ ୨ଟି ଦେଶି ବନ୍ଧୁକ, ଗୋଟିଏ ବାଉଁଶ ଠେଙ୍ଗା, ୨ଟି ଧନୁ ଓ ୩ଟି ତୀର ଏବଂ ଅନ୍ୟାନ୍ୟ ଜିନିଷ ପୁଲିସ ଜବତ କରିଥିବା ଏସପି ବାତୁଲ ଗଙ୍ଗାଧର ଗଣମାଧ୍ୟମକୁ କହିଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ଆଉ ଦୁଇ ଶିକାରିଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

What's Your Reaction?

like

dislike

love

funny

angry

sad

wow