ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଦାଖଲ ହେଲା ସତ୍ୟପାଠ

Sep 3, 2023 - 07:36
Sep 4, 2023 - 07:36
 0  4
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଦାଖଲ ହେଲା ସତ୍ୟପାଠ
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଦାଖଲ ହେଲା ସତ୍ୟପାଠ

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଦାଖଲ ହେଲା ସତ୍ୟପାଠ
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୭୮ରେ ଖୋଲା ଯାଇ ହିସାବ କରାଯାଇଥିଲା । ରତ୍ନଭଣ୍ଡାରରେ ୧୪୯ କେଜି ୪୬୦ ଗ୍ରାମ ସୁନା ଓ ୧୮୪ କିଲୋ ରୂପା ରହିଛି । ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ବ୍ୟବହାର ହୁଏ ନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ଓ ୧୩୪ କେଜି ୫୦ ଗ୍ରାମ ରୂପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ଓ ୧୯ କେଜି ୪୮୦ ଗ୍ରାମ ରୂପା ଅଳଙ୍କାର ରହିଛି । ଚଳନ୍ତି ଭଣ୍ଡାରରେ ପ୍ରାୟ ସାଢେ ୩ କେଜି ସୁନା ଅଳଙ୍କାର ଓ ପ୍ରାୟ ୩୦ କେଜି ୩୫୦ ଗ୍ରାମ ରୂପା ଅଳଙ୍କାର ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି ।

What's Your Reaction?

like

dislike

love

funny

angry

sad

wow