ଲକ୍ଷାଧିକ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Jul 26, 2023 - 07:27
Jul 27, 2023 - 07:28
 0  4
ଲକ୍ଷାଧିକ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଲକ୍ଷାଧିକ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷାଧିକ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ଦୁଇଦିନିଆ ରାଜସ୍ଥାନ ଏବଂ ଗୁଜୁରାଟ ଗସ୍ତରେ ଯିବେ । ସେଠାରେ ପ୍ରଧାନମନ୍ତ୍ରୀ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ୟୁରିଆ ଗୋଲ୍ଡ – ସଲଫର କୋଟେଡ ୟୁରିଆର ଶୁଭାରମ୍ଭ ସହ ସିକର ଠାରେ ପିଏମ୍‍-କିଷାନର ୧୪ତମ କିସ୍ତି ବାବଦରେ ପ୍ରାୟ ୧୭ ହଜାର କୋଟି ଟଙ୍କା ମଞ୍ଜୁର କରିବେ । ଏହି ଗସ୍ତ ବେଳେ ଡିଜିଟାଲ କାରବାର ପାଇଁ ଓପନ ନେଟୱାର୍କ (ଓଏନଡିସି)ରେ ୧୫୦୦ କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ରାଜସ୍ଥାନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିସ୍ତାର ଦିଗରେ ପାଞ୍ଚଟି ନୂତନ ମେଡିକାଲ କଲେଜ ଉଦଘାଟନ, ସାତଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ସହ ରାଜକୋଟ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ଏବଂ ରାଜକୋଟରେ ୮୬୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow