ପାକିସ୍ତାନୀ ବନ୍ଧୁଙ୍କୁ ବିବାହ ପାଇଁ ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା

Jul 27, 2023 - 11:14
 0  4
ପାକିସ୍ତାନୀ ବନ୍ଧୁଙ୍କୁ  ବିବାହ ପାଇଁ ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା

ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା ଅଞ୍ଜୁ, ଇସଲାମ ଗ୍ରହଣ ପରେ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ କଲେ ବିବାହ। ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ଶେଷରେ ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଗଲେ ଅଞ୍ଜୁ। ବର୍ତ୍ତମାନ ସେଠାରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ସେ। କିନ୍ତୁ ବିବାହ ପୂର୍ବରୁ ଅଞ୍ଜୁଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିବାକୁ ପଡ଼ିଛି । ଧର୍ମ ପରିବର୍ତ୍ତନ ସହିତ ବଦଳି ଯାଇଛି ତାଙ୍କ ନାଁ। ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁ ପାଲଟିଛନ୍ତି ଫାତିମା।ନସରୁଲ୍ଲା ଏଭଳି ଦାବି କରୁଥିବା ବେଳେ କୋର୍ଟରେ ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ସାମ୍ନାକୁ ଆସିଛି। ଏହା ସହ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି ଅଞ୍ଜୁ ୱେଡସ୍ ନସରୁଲ୍ଲା।

ତେବେ  ୨୪ ଜୁଲାଇ ଦିନ ୩୪ ବର୍ଷୀୟ ଅଞ୍ଜୁ ଏବଂ ୨୯ ବର୍ଷୀୟ ପାକିସ୍ତାନୀ ନସରୁଲ୍ଲାଙ୍କ ଦିର ବାଲାରେ ଥିବା ଜିଲ୍ଲା କୋର୍ଟରେ ବିବାହ ସମ୍ପର୍ଣ୍ଣ ହୋଇଛି । ନସରୁଲ୍ଲାଙ୍କ ପରିବାର ଲୋକ, ପୁଲିସ୍ କର୍ମଚାରୀ ଓ ଆଇନଜୀବୀ ଙ୍କ ସାମ୍ନାରେ ଉଭ୍ୟଙ୍କ ବିବାହ /ନିକା ହୋଇଥିଲା । ଏନେଇ ପାକିସ୍ତାନ ମାଲାକନ୍ଦ ଡିଭିଜନର ଡିଆଇଜି ନସିର ମହମଦ ସାତ୍ତି ବିବାହ ଖବର ଦେଇଛନ୍ତି । ଏଥିସହ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାଁ ଫାତିମା ହୋଇଯାଇଛି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ବିବାହ ପରେ ଦୁହେଁ ନସରୁଲ୍ଲା ଓ ଅଞ୍ଜୁ କଡ଼ା ସୁରକ୍ଷା ବିଳୟ ମଧ୍ୟରେ ବୁଲିବାକୁ ଯାଇଥିଲେ। ସେମାନେ ଲାୱରି ଟନେଲ ବୁଲିବା ସହ ଭିଡିଓ ଓ ଫଟୋ ମଧ୍ୟ ଉଠାଇବା ସହ ଭିଡିଓ ସୁଟ୍ ମଧ୍ୟ କରିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଉତ୍ତର ପ୍ରଦେଶର କାଲିଓର ଗାଁରେ ଜନ୍ମିତ ଅଞ୍ଜୁ ରାଜସ୍ଥାନର ଅଲୱର ଠାରେ ରହୁଥିଲେ। ୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ୧୬ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ନିକଟରେ ଅଞ୍ଜୁ ନିଜ ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ପାକିସ୍ତାନ ପଳାଇଥିଲେ।ଏବଂ ବର୍ତ୍ତମାନ ପାକିସ୍ତାନରୁ ତାଙ୍କର ଏଭଳି ଭିଡିଓ ଭାଇରାଲ ହେଉଛି । ଯାହ ତାଙ୍କ ପରିବାରକୁ ଅତ୍ୟନ୍ତ କଷ୍ଟ ଦେଇଥିବ । ପ୍ରଥମେ ସୀମା ଏବଂ ବର୍ତ୍ତମାନ ଅଞ୍ଜୁଙ୍କ ଭଳି କିଛି ମହିଳା ଏଭଳି କାର୍ଯ୍ୟ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.