ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ପ୍ରବେଶ ଅନୁମତି ପାଇଁ  ରାଜ୍ୟ ପରିବହନ ବିଭାଗକୁ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଚିଠି

Jul 27, 2023 - 12:00
 0  1
ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ପ୍ରବେଶ ଅନୁମତି ପାଇଁ  ରାଜ୍ୟ ପରିବହନ ବିଭାଗକୁ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଚିଠି

ବସ୍‌ କର୍ମଚାରୀଙ୍କ ଅନ୍ଧବିଶ୍ୱାସ ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ  ପ୍ରଥମେ ବସ୍‌ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି  ନିର୍ଦେଶ କରୁଛି। ଯାହାକୁ ନେଇ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ରାଜ୍ୟ ପରିବହନ ବିଭାଗର ଦ୍ବାରସ୍ଥ ହୋଇଛି। ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ସୁଯୋଗ ଦିଆଯିବାକୁ ଦାବି କରି। ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ। ଚିଠିରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ଅଧିକ ଧ୍ୟାନ ଦେବାକୁ ଉଲ୍ଲେଖ ହୋଇଛି। ନିୟମିତ ବସ୍‌ ଯାତ୍ରା କରୁଥିବା ମହିଳାଙ୍କ ଅନେକ ମହିଳା ଅପମାନଜନ ସ୍ଥିତିର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଛିନ୍ତି।

ଦେଶର ଅଧିକାଂଶ ସ୍ଥାନରେ ବସ୍‌ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌ ସଂରକ୍ଷିତ ଥାଏ କିନ୍ତୁ ଏପରିକି ଅନେକ ସ୍ଥାନରେ ମହିଳାଙ୍କ ପାଇଁ ମାଗଣା ଯାତ୍ରାର ସୁବିଧା ରହିଛି। ହେଲେ ଓଡ଼ିଶାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବସ୍‌ ଯାତ୍ରାରେ ମହିଳା ପ୍ରଥମ ଯାତ୍ରୀ ହେଲେ ଅଘଟଣ ହେବା ନେଇ ଅନ୍ଧବିଶ୍ୱାସ ରହିଛି। ସେଥିପାଇଁ ବସ୍‌ କର୍ମଚାରୀଙ୍କ ଏହି ଅନ୍ଧବିଶ୍ୱାସ ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ  ପ୍ରଥମେ ବସ୍‌ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି ଦେଖାଇଛି। 

ଇତିମଧ୍ୟରେ କଟକରୁ ସମ୍ବଲପୁର ଯାଉଥିବା ଜନୈକ ମହିଳା, ପ୍ରଥମେ ଯାତ୍ରୀ ଭାବରେ ଯେତେବେଳେ ବସ୍‌ରେ ଚଢିବାକୁ ଉଦ୍ୟମ କଲେ ତାଙ୍କୁ ବାରଣ କରାଯିବାରୁ ସେ ଏହାର ବିରୋଧ କରିଥିଲେ। ଏହାକୁ ନେଇ କଣ୍ଡକ୍ଟର ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରିକି କଣ୍ଡକ୍ଟର ଜଣଙ୍କ ମହିଳାଙ୍କ ଟିକଟ ଫେରାଇ ଦେଇଥିଲେ। ଏପରି ଘଟଣା ଆଗରୁ ଅନେକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି। ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁତ୍ସିତ ଭାବନା କୁହାଯାଇପାରେ । ଏଭଳି ଘଟଣାକୁ ନେଇ ସାମାଜିକ କର୍ମୀ ଘାସିରାମ ପଣ୍ଡା ଏନେଇ ଏକ ପିଟିସନ ଦାୟର କରିଥିଲେ। ପିଟିସନ୍‌କୁ ଗୁରୁତର ସହ ନେଇ  ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛି ଓଡ଼ିଶା ରାଜ୍ୟ ମହିଳା ଆୟୋଗ। ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଅଧିକ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ସୁଯୋଗ ଦେବାପାଇଁ ଉଲ୍ଲେଖ କରାଯାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.