ଓଟିପି ଶେୟାରିଂ ମାମଲାରେ ଆଉ ଜଣେ ଗିରଫ
ଓଟିପି ଶେୟାରିଂ ମାମଲାରେ ଆଉ ଜଣେ ଗିରଫ
ପାକିସ୍ତାନକୁ ଓଟିପି ଶେୟାରିଂ ମାମଲାରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହିତମା ଗାଁର ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ଏସଟିଏଫ ଗିରଫ କରିଛି । ପ୍ରଦ୍ୟୁମ୍ନ ପାଞ୍ଚ ଶହରୁ ଅଧିକ ସିମ ଓ ଇ-ୱାଲେଟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦେଇଥିବା ଜଣାପଡିଛି । ଏହି ମାମଲାରେ ପୂର୍ବରୁ ଏସଟିଏଫ ତିନି ଜଣଙ୍କୁ ଗିରଫ କରିସାରିଛି । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଥିଲା । ଦେଶଦ୍ରୋହ ସମ୍ପର୍କିତ ତଥ୍ୟ ଏନଆଇଏ ଓ ଆଇବିକୁ ହସ୍ତାନ୍ତର କରାଯାଇଛି ।
What's Your Reaction?