ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

Jun 8, 2023 - 03:04
Jun 9, 2023 - 03:06
 0  201
ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ
ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ
ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୁରୁବାର ଅପରାହ୍ନ ଚାରିଟାରେ ପ୍ରକାଶିତ ହୋଇଛି । ବିଭାଗୀୟ ସଚିବ ଏସ ଆଶ୍ୱଥି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୧ ଲକ୍ଷ ୮୧ ହଜାର ୮୬୯ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଧନ୍ଦାମୂଳକ ପରୀକ୍ଷାରେ ୩ ହଜାର ୮୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ ଛାତ୍ରୀଙ୍କ ପାସ୍ ହାର ୭୧.୧୦% ଓ ଛାତ୍ରଙ୍କ ପାସ୍ ହାର ୬୪.୨୩% ରହିଛି । ଯୁକ୍ତ ଦୁଇ କଳାରେ ପାସହାର ରହିଛି ୭୮.୮୮% ରହିଛି । ଏହି ପରୀକ୍ଷାରେ ୩୨ହଜାର ୭୮୨ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଛାତ୍ରଛାତ୍ରୀ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ହଜାର ୧୭୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଲେଶ୍ୱରରେ ଯୁକ୍ତ ଦୁଇ କଳାରେ ପାସ ହାର ସର୍ବାଧିକ ୮୪.୯୭% ରହିଛି । ତେବେ ନବରଙ୍ଗପୁରରେ ଏହି ହାର ସର୍ବନିମ୍ନ ବା ୭୦.୭୪% ରହିଛି । ଚଳିତ ବର୍ଷ କଳାରେ ଛାତ୍ରୀଙ୍କ ପାସ ହାର ୮୫.୬୬% ଓ ଛାତ୍ରଙ୍କ ପାସ ହାର ୭୦.୪୩% ରହିଛି ।

What's Your Reaction?

like

dislike

love

funny

angry

sad

wow