ଯାଜପୁର- କେଉଁଝର ରୋଡ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ

Jun 8, 2023 - 03:08
Jun 9, 2023 - 03:08
 0  394
ଯାଜପୁର- କେଉଁଝର ରୋଡ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ
ଯାଜପୁର- କେଉଁଝର ରୋଡ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ

ଯାଜପୁର- କେଉଁଝର ରୋଡ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ
ଯାଜପୁର- କେଉଁଝର ରୋଡରେ ବୁଧବାର ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ରେଳବାଇର ରେକର୍ଡିଂ ଓ ଇନଭେଷ୍ଟିଗେଟିଂ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି । ଗୁରୁବାର ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ତଦନ୍ତ ଜାରି ରହିଛି ଓ ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣେ ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତି ।  ଉଲ୍ଲେଖଯୋଗ୍ୟ ବୁଧବାର ଅପରାହ୍ନରେ କାଳବୈଶାଖି ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ଶ୍ରମିକ ଇଞ୍ଜିନ ନଥିବା ବଗି ତଳେ ଆଶ୍ରୟ ନେଇଥିଲେ । ହେଲେ ହଠାତ ବଗିଗୁଡିକ ଗଡିବାରୁ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow