ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା 

Jun 8, 2023 - 03:10
Jun 9, 2023 - 03:11
 0  588
ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା 
ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା 

ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା 
ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନଅ ଦିନ ଧରି ହେଉଥିବା ଏହି ଯାତ୍ରାରେ ପୁରୀ ସହରରେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ବରିଷ୍ଠ ପୁଲିସ ଅଧିକାରୀମାନେ ରହିବେ । ଏ ନେଇ ଗୁରୁବାର ପୁଲିସ ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭିଡ ନିୟନ୍ତ୍ରଣ ସହ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ବେଳେ ପୁରୀ ଆସୁଥିବା ଭକ୍ତମାନେ କେଉଁ ସ୍ଥାନରେ‌ ଗାଡ଼ି ପାର୍କିଂ କରିପାରିବେ ସେ ନେଇ ଭିଡିଓ ଜାରି କରାଯିବ । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାଶ, ଡିଆଇଜି ଅଖିଳେଶ୍ୱର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow