ନିଷ୍ପତ୍ତି ଅପେକ୍ଷାରେ ବାହାନଗା ରେଳ ଦୁର୍ଘଟଣାର ଅଚିହ୍ନା ମୃତଦେହ

Aug 1, 2023 - 18:00
 0  5
ନିଷ୍ପତ୍ତି ଅପେକ୍ଷାରେ ବାହାନଗା ରେଳ ଦୁର୍ଘଟଣାର ଅଚିହ୍ନା ମୃତଦେହ

ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଗତ ଜୁନ୍‌ ୨ ତାରିଖରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ୨ ମାସ ବିତିସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଟି ମୃତଦେହକୁ ଚିହ୍ନଟ କରାଯାଇ ପାରି ନାହିଁ। ଏହି କାରଣରୁ ମୃତଦେହଗୁଡ଼ିକ କାହାରିକୁ ହସ୍ତାନ୍ତର କରାଯାଇ ପାରୁନାହିଁ। ଦାବିଦାର ନଥିବା ମୃତଦେହକୁ କ’ଣ କରାଯିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍‌ ୨ ତାରିଖ ଦିନ ବାହାନଗାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ (ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଓ ଏସଏମ୍‌ଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ) ସହ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୯୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ୧୬୨ ଜଣଙ୍କର ମୃତଦେହକୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଥିରୁ ଏପର୍ଯ୍ୟନ୍ତ ୧୩୩ ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି। ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏପର୍ଯ୍ୟନ୍ତ ୫୨ଟି ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ୨୯ଟି ମୃତହେଦ ଏମ୍ସରେ ରଖାଯାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.