ଓସିଏସ୍‌ ପରୀକ୍ଷାରେ କିସ୍‍ର ୩ ଛାତ୍ରଙ୍କ ସଫଳତା

Aug 1, 2023 - 18:35
 0  4
ଓସିଏସ୍‌ ପରୀକ୍ଷାରେ କିସ୍‍ର ୩ ଛାତ୍ରଙ୍କ ସଫଳତା

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷା ରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ ଶବର ଓ କଳାହାଣ୍ଡିର ସନାତନ ମାଝୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ସନାତନ ହେଉଛନ୍ତି ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର। ଅନ୍ୟପକ୍ଷରେ ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଅନୁଷ୍ଠିତ ୟୁଜିସି ନେଟ୍‍ ପରୀକ୍ଷାରେ କିସ୍‍ର ୧୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଲକ କହଁର ଓ ବଳରାମ ଚମ୍ପିଆ ୟୁଜିସି ନେଟ୍‍ କ୍ୱାଲିଫାଏ କରିବା ସହ ଜେଆରଏଫ୍‍ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନ୍ୟ ଛାତ୍ରଛାତୀମାନେ ମାନେ ଜୟନ୍ତୀ ମାଝୀ, କୁନ୍ତଳା ଜାନୀ, ଭାରତୀ କୁଜୁର, ରେବତୀ ସିଂହ, କେଶବ ମାଝୀ, ଦେବହୂତି ପୁଟା, ସାନ୍ଥାରାମ ମାଝୀ ଓ ଜୟନ୍ତୀ ଭୋଇ। କିସ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.