ସମ୍ପ୍ରସାରିତ ହେଲା ମଧୁବାବୁ ପେନସନ୍ ଯୋଜନା 

Aug 7, 2023 - 07:48
Aug 8, 2023 - 07:48
 0  5
ସମ୍ପ୍ରସାରିତ ହେଲା ମଧୁବାବୁ ପେନସନ୍ ଯୋଜନା 
ସମ୍ପ୍ରସାରିତ ହେଲା ମଧୁବାବୁ ପେନସନ୍ ଯୋଜନା 

ସମ୍ପ୍ରସାରିତ ହେଲା ମଧୁବାବୁ ପେନସନ୍ ଯୋଜନା 
ମଧୁବାବୁ ପେନସନ୍ ଯୋଜନା ପରିସର ସମ୍ପ୍ରସାରିତ ହୋଇଛି । ଏହି ଯୋଜନାରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନିଷ୍ପତ୍ତି ଦ୍ୱାରା ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ବୃଦ୍ଧି ପାଇ ୩୨ଲକ୍ଷ ୭୫ହଜାରରେ ପହଞ୍ଚିଛି । ଜନସେବା ଦିବସ (ଅଗଷ୍ଟ ୧୫)ରେ ନୂଆ ହିତାଧିକାରୀମାନେ ସେମାନଙ୍କ ପ୍ରଥମ ପେନସନ୍ ପାଇବେ । ଗ୍ରାମପଞ୍ଚାୟତ ମୁଖ୍ୟାଳୟ ଓ ୱାର୍ଡ କାର୍ଯ୍ୟାଳୟଗୁଡିକରେ ନିର୍ବାଚିତ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ପ୍ରଦାନ କରାଯିବ । ଏହାସହିତ କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow