ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବିଜେଡି

Aug 1, 2023 - 17:37
 0  3
ଅନାସ୍ଥା ପ୍ରସ୍ତାବକୁ  ସମର୍ଥନ କରିବ ନାହିଁ ବିଜେଡି

ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ। ସଂସଦରେ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବାକୁ ଥିବାବେଳେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି। ଅନ୍ୟପଟେ ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ ବୋଲି ଜଣାପଡିଛି। ଉଲ୍ଲେଖ ଥାଉ କି ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବାବେଳେ ଜୁଲାଇ ୨୬ରେ ପକ୍ଷରୁ ସରକାରଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଗୌରବ ଗୋଗଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାପରେ ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିଲେ। ‘ଇଣ୍ଡିଆ’ ମେଣ୍ଟର ସମସ୍ତ ସଦସ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ‌ରେ ଗୃହର ୫୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଗୌରବ ଗୋଗଇଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥାକୁ ଅତି ସହଜରେ ୫୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା।
କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ହେଉଛି ଏକ ସଂସଦୀୟ ପ୍ରକ୍ରିୟା ଏବଂ ବିରୋଧୀ ଦଳମାନେ ଏହାଦ୍ବାରା ସରକାରଙ୍କ ସଂଖ୍ୟାଗରିଷ୍ଠତା ଏବଂ ଶାସନ କରିବାର କ୍ଷମତାକୁ ଚ୍ୟାଲେଂଜ କରିଥାନ୍ତି। ତେବେ ପ୍ରଥମ ଥର ପାଇଁ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ଅଣାଯାଇନି। ମୋଦୀ ସରକାର ବିରୋଧରେ ୨୦୧୮ ଜୁଲାଇ ୨୦ରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ୩୨୫ ଏନ୍‌ଡିଏ ସାଂସଦ ଏହି ପ୍ରସ୍ତାବ ବି‌ରୋଧରେ ଭୋଟ୍‌ ଦେଇଥିଲେ ଏବଂ କେବଳ ୧୨୬ ଜଣ ଅନାସ୍ଥାକୁ ସମର୍ଥନ କରିଥିଲେ। ଏବେ ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ‌ରେ ପ୍ରଥମ ଅନାସ୍ଥା ଆସିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.