ଅମିତ୍ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ରଜ୍ୟ ବିଜେପିର ନୂଆ ଟିମ୍  ଘୋଷଣା

Aug 4, 2023 - 17:56
 0  4
ଅମିତ୍ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ରଜ୍ୟ ବିଜେପିର ନୂଆ ଟିମ୍  ଘୋଷଣା
ଅମିତ୍ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ରଜ୍ୟ ବିଜେପିର ନୂଆ ଟିମ୍  ଘୋଷଣା
ଅମିତ୍ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ରଜ୍ୟ ବିଜେପିର ନୂଆ ଟିମ୍  ଘୋଷଣା

ଭୁବନେଶ୍ବର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବାର କିଛି କ୍ଷଣ ପୁର୍ବରୁ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା। ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।  ତେବେ ରାଜ୍ୟ ବିଜୋପି ସଭାପତି ମନମୋହନ ସାମଲ ଏହି ୩୫ ଜଣିଆ ଟିମ୍‌ ଘୋଷଣା କରିଛନ୍ତି । ଏହି ୩୫ଜଣିଆ ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି । ଏଥିରେ ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକଙ୍କୁ ସାମିଲ କରାଯାଇଛି । ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, କୁସୁମ ଟେଟେ, ଗୋଲକ ମହାପାତ୍ର, ସୁକେଶି ଓରାମ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବାବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ । ସେହିପରି ମହେଶ୍ୱର ସାହୁ କିଷାନ ମୋର୍ଚ୍ଚା ସଭାପତି, ନିତ୍ୟାନନ୍ଦ ଗଣ୍ଡ ଏସଟି ମୋର୍ଚ୍ଚା, ବିଭୁପ୍ରସାଦ ତରାଇ ଏସସି ମୋର୍ଚ୍ଚା, ସୁରଥ ବିଶ୍ୱାଳ ଓବିସି ମୋର୍ଚ୍ଚା ସଭାପତି ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଅମିତ ଶାହ ଆଜି ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା କରିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.