ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

Aug 4, 2023 - 18:19
 0  3
ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ବର : ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମୋଦୀ ସାଙ୍ଗିଆ ମାମଲାରେ ରାହଲୁଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିବା ପରେ ବରିଷ୍ଠ କଂଗ୍ରେସ ନେତାମାନେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ‘ଏହା ଖୁସିର ଦିନ …’ ମୁଁ ଆଜି ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବି ଏବଂ ଆଲୋଚନା କରିବି। ସେ ଆହୁରି କହିଛନ୍ତି, “ସଂସଦ କମ୍ପ୍ଲେକ୍ସ ଆପଣ ସବୁଠାରେ ‘ସତ୍ୟମେବ ଜୟତେ’ ଦେଖିବେ। ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଜି ବିଫଳ ହୋଇଛି। ମୋଦୀଜିଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବିଜୟ ଭାରୀ ପଡ଼ିବ।ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଉପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ଏହା ସତ୍ୟ ଏବଂ ନ୍ୟାୟର ବିଜୟ। ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲାରେ ଦଣ୍ଡାଦେଶ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହା ସତ୍ୟ ଏବଂ ନ୍ୟାୟର ବିଜୟ।” ଠିକ୍ ସେହିପରି କଂଗ୍ରେସ ନେତା ସଚିନ ପାଇଲଟ ନିଜର ଟୁଇଟରରେ ଲେଖିଛନ୍ତି, “ସତ୍ୟମେବ ଜୟତେ’। ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇ ଗଣତନ୍ତ୍ରର ସ୍ୱରକୁ ମଜଭୁତ କରିଛନ୍ତି। ଭାରତର ସ୍ୱର ପୁଣି ସଂସଦରେ ପ୍ରତିଫଳିତ ହେବ କହିଛନ୍ତି।

ସୂଚନାଯୋଗ୍ୟ, ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ। କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.