ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି

Aug 4, 2023 - 18:39
 0  4
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି

ଭୁବନେଶ୍ବର : ନକଲାଗି ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତା ୯ ତାରିଖ ବୁଧବାର ହିଁ ବନକଲାଗି କରାଯିବାକୁ କମିଟିରେ ନିଷ୍ପତ୍ତି ନିଆଯାଇଛି ।ଆସନ୍ତା ୯ ତାରିଖରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକ ଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକ ଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଆଜି ପରିଚାଳନା କମିଟି ବୈଠକରେ ବନକ ଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିବାର୍ଯ୍ୟ କାରଣ ଯୋଗୁ ବାତିଲ କରାଯାଇଥିଲା । ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷେତ୍ର ବନ୍ଦାପନା ନୀତି ଥିବାରୁ ବନକ ଲାଗି ନୀତି ହୋଇପାରିବ ନାହିଁ । ସେହିପରି ଗୁରୁବାର ଦିନ ଏକାନ୍ତ ଓ ଅନ୍ୟାନ୍ୟ ନୀତି ରହିଛି ତେଣୁ ବନକ ଲାଗି ହୋଇପାରିବ ନାହିଁ । ଏଣୁ ଆସନ୍ତା ୯ ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସାଧାରଣ ସମୟରେ ମାସକୁ ୨ ଥର ବନକଲାଗି ହୁଏ । ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର କରାଯାଇପାରିବ ବୋଲି ମଧ୍ୟ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ଗୁରୁବାର ହୋଇପାରିବ । ଯଦି ଗୁରୁବାର ହୁଏ ସେ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ । ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.