ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା

Jun 13, 2023 - 04:23
Jun 14, 2023 - 04:23
 0  454
ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା
ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା

ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା
ଢେଙ୍କାନାଳ ଜିଲାର ମେରାମଣ୍ଡଳୀ ଠାରେ ଥିବା ଟାଟା ଷ୍ଟିଲ କାରଖାନାରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଛି । ବ୍ଲାଷ୍ଟ ଫର୍ଣ୍ଣେସ ପାୱାର ପ୍ଲାଣ୍ଟ-2ରେ ପାଇପ ଫାଟି ୧୯ ଶ୍ରମିକ ଗୁରୁତର ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ପ୍ରଥମେ ଟାଟା ଷ୍ଟିଲ ଫାଷ୍ଟ ଏଡ୍‌ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଦୁର୍ଘଟଣା ପରେ ଟାଟା ଷ୍ଟିଲ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିବା ବେଳେ କାରଖାନାକୁ ସିଲ୍ କରି ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow