ରଜ ପାଇଁ ପିଠା କାଉଣ୍ଟର ଖୋଲିବ ଓଟିଡିସି

Jun 13, 2023 - 04:29
Jun 14, 2023 - 04:29
 0  167
ରଜ ପାଇଁ ପିଠା କାଉଣ୍ଟର ଖୋଲିବ ଓଟିଡିସି
ରଜ ପାଇଁ ପିଠା କାଉଣ୍ଟର ଖୋଲିବ ଓଟିଡିସି

ରଜ ପାଇଁ ପିଠା କାଉଣ୍ଟର ଖୋଲିବ ଓଟିଡିସି
ମଙ୍ଗଳବାର ଭୁବନେଶ୍ୱରର ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପାନ୍ଥାନିବାସରେ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ରଜ ମହୋତ୍ସବ ଉଦଘାଟନ କରିଛନ୍ତି । ଜୁନ 14 ରୁ 16 ପର୍ଯ୍ୟନ୍ତ ଏହି ତିନି ଦିନିଆ ରଜ ମହୋତ୍ସବ ପାଳିତ ହେବ । ଏହି ଅବସରରେ ଓଟି଼ଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ଏବଂ ସାଧାରଣ ପ୍ରବନ୍ଧକ ଲଗ୍ନଜିତ ରାଉତ ଉପସ୍ଥିତ ଥିଲେ । ରଜ ମହୋତ୍ସବ ଅବସରରେ ଭୁବନେଶ୍ୱରର ନିମନ୍ତ୍ରଣ ରେସ୍ତୋରାଁ ଓ କଟକର ସିଲଭର ସିଟି ବୋଟ କ୍ଲବ ସମେତ ଓଟିଡିସିର ସମସ୍ତ ପାନ୍ଥନିବାସରେ ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରି ହେବ । ସେହିପରି ପାରମ୍ପରିକ ରଜ ଦୋଳି ଲଗାଯାଇଛି ଓ ଏହି ତିନି ଦିନ ଓଟିଡିସି ପାନ୍ଥନିବାସରେ ଆଗ୍ରହୀମାନେ ମେହେନ୍ଦି କରାଇପାରିବେ । ସେହିପରି ରଜ ପିଠା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ 'ପିଠା ଅନ୍ ହ୍ୱିଲ୍ସ' ନିୟୋଜିତ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସକାଳ 8ରୁ ଅପରାହ୍ନ 5ଟା ଯାଏଁ ଏହା ରହିବ ।

What's Your Reaction?

like

dislike

love

funny

angry

sad

wow