ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Jun 13, 2023 - 04:25
Jun 14, 2023 - 04:25
 0  346
ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରଥଯାତ୍ରାର ତୃତୀୟ ତଥା ଶେଷ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି । ରଥଯାତ୍ରା ଅବସରରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପସ୍ଥିତ ରହିବେ । ବିଦେଶାଗତ ଭକ୍ତମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ତା ଉପରେ ନଜର ଦେବାରୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି, ପହଣ୍ଡି, ରଥଟଣା, ଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଗହଳିକୁ ନେଇ ଆନୁଷଙ୍ଗିକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ, ଜଳସିଞ୍ଚନ, ଭିଆଇପି ଦର୍ଶନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଉନ୍ନୟନ କମିଶନର, ଆଇନ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ ପରିବେଶ ଓ ସୂଚନା ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି ଶିଳ୍ପ, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ମନ୍ତ୍ରୀ ‌ଯୋଗ ଦେଇଥିଲେ । ପୁଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପ୍ରମୁଖ ଶାସନ ସଚିବ ଆଇନ, ଶକ୍ତି, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଆରକ୍ଷୀ ମହାନିରୀକ୍ଷକ କେନ୍ଦ୍ରାଞ୍ଚଳ, ଜିଲ୍ଲାପାଳ, ଏସ୍‌ପି ଓ ପୁରୀ ବିଧ୍ୟାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow