ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ

Jun 24, 2023 - 07:59
Jun 25, 2023 - 07:59
 0  11
ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ
ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ

ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଭିଜିଲାନ୍ସ ଅଦାଲତରେ ହାଜର କରିଥିଲା । ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରି ଜୁଲାଇ ୭ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜେଲ ପଠାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାଉରକେଲା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଦଳ ୯ଟି ଜାଗାରେ ଚଢ଼ଉ କରିଥିଲା । ଚଢଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା । ଚଢ଼ଉ ବେଳେ ପ୍ରଶାନ୍ତ ନିଜ ପଡୋଶୀଙ୍କ ଘରକୁ ଫିଙ୍ଗି ଦେଇଥିବା ୬ ପେଟି ଟଙ୍କା ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ମଧ୍ୟ ଜବତ ହୋଇଥିଲା । ସେହିପରି ତାଙ୍କ ନବରଙ୍ଗପୁର ସରକାରୀ ବାସଭବନରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା । ଏବେ ସୁଦ୍ଧା ତାଙ୍କ ଠାରୁ ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇ ସାରିଲାଣି । ଯାହା ତାଙ୍କ ଆୟର ପାଞ୍ଚ ଶହ ପ୍ରତିଶତ ବୋଲି ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow